ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଫିରିଙ୍ଗିଆ ବ୍ଲକ ପୀଡ଼ିଆଗୁଡା ଗାଁରେ ହାତୀ ଉପଦ୍ରବ; ଭୟରେ ଅଞ୍ଚଳବାସୀ, ସ୍ଥିତି ଉପରେ ନଜର ରଖିଛି ବନ ବିଭାଗ

Published By : Bijay Swain | June 20, 2025 6:11 PM

ଫିରିଙ୍ଗିଆ, ୨୦/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ବାଡିଗୁଡା, ପୀଡ଼ିଆଗୁଡା ଜଙ୍ଗଲରେ ଗତ ୨ ମାସ ହେବ ଏକ ଜଙ୍ଗଲୀ ହାତୀ ଆସି ରହିଯାଇଛି l ଦୀର୍ଘ ୨ ମାସ ବିତିଥିଲେ ମଧ୍ୟ ହାତୀଟି ଜଙ୍ଗଲରେ ରହିଥିବାରୁ ଆଖପାଖ ଅଞ୍ଚଳର ୭ ରୁ ୮ ଖଣ୍ଡ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।

ଗତ ରବିବାର ଉକ୍ତ ଜଙ୍ଗଲୀ ହାତୀ ରାତି ପ୍ରାୟ ୧୧ ଟା ସମୟରେ ପୀଡ଼ିଆଗୁଡା ଗାଁର ବ୍ରହ୍ମା ମଲିକଙ୍କ ଘରର କାଠ ପଟା କାନ୍ଥ ଭାଙ୍ଗିବା ସହ ତାର ଜାଲି ବାଡ଼ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଗୁରୁବାର ରାତି ପ୍ରାୟ ୧୨ ଟାରେ ପୁଣି ବ୍ରହ୍ମା ମଲିକଙ୍କ ଘରକୁ ଜାଇ ବାହାରେ ରଖା ଯାଇଥିବା ଏକ ଟପରୁ ପାଣି ପିଇବା ସହ ଘରର ବାଡ଼ ଭାଙ୍ଗି ଦେଇଥିଲା। ବ୍ରହ୍ମାଙ୍କ ଘର ପୀଡ଼ିଆଗୁଡା ଗାଁ ଠାରୁ ଦୂରରେ ଓ ଜଙ୍ଗଲ ପାଖରେ ଥିବାରୁ ହାତୀଟି ବାରମ୍ବାର ସେହି ଘରକୁ ଟାର୍ଗେଟ କରୁଛି। 

ଏଭଳି ବାରମ୍ୱାର ଘଟୁଥିବାରୁ ପରିବାର ଲୋକେ ଭୟଭୀତ ହୋଇ ରହିଛନ୍ତି l ଗତ କାଲି ରାତିରେ ଘରର ଆଜବେଷ୍ଟର କାଠ ଟେକିବାକୁ ଚେଷ୍ଟା କରିବାରୁ ଘର ଭିତରେ ମାଟି କାନ୍ଥରୁ ମାଟି ଖସିଯାଇଥିଲା। ଏହାଦେଖି ବ୍ରହ୍ମା ନିଜେ ପାଟି କରିବା ସହ ଘର ବାହାରକୁ ବାହାରି ଆସିଥିଲେ। ବ୍ରହ୍ମାଙ୍କ ଚିତ୍କାର ଶୁଣି ହାତିଟି ଜଙ୍ଗଲ ଆଡକୁ ଚାଲିଯାଇଥିଲା l ବ୍ରହ୍ମା ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା କହଁର ଛୋଟ ୪ ମାସର ପୁଅ ସହ ତିନି ବର୍ଷର ଝିଅକୁ ଧରି ଘର ଭିତରେ ସୋଇଥିବା ବେଳେ ୨ ଥର ଜଙ୍ଗଲୀ ହାତୀ ଆସି ଘର କାନ୍ଥ, ବାଡ଼ ଭାଙ୍ଗିବା ସହ ଷ୍ଟିଲ ଗରା, ଥାଳି, ଗିନା ଆଦି ମାଡି ନଷ୍ଟ କରିଦେଇଛି l

ତେବେ ହାତିଟି ଗତ ୨ ମାସରୁ ଅଧିକ ହେବ ଗୋଚ୍ଛାପଡ଼ା ନିକଟ ଜଙ୍ଗଲରୁ ଆସି ଏହି ପୀଡ଼ିଆଗୁଡା, ବାଡିଗୁଡା ଓ ଡିମିରିଗୁଡାର ଆଖପାଖ ଜଙ୍ଗଲରେ ରହୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି l ଗତ ୪ ଦିନ ଭିତରେ ଗାଁ ମୁହାଁ ହାତୀ ହେଉଥିବା ବେଳେ ପ୍ରାୟ ଲୋକେ ଗାଁ ନିକଟ ଜଙ୍ଗଲରେ ଦେଖିଥିବା କହିଛନ୍ତି l ବର୍ତମାନ ସୁଦ୍ଧା ବନ ବିଭାଗ ହାତୀ ଘଡ଼େଇବାରେ ବିଫଳ ହୋଇଥିବା ବେଳେ ବନବିଭାଗର ବନପାଳ ବ୍ରଜ ସୁନ୍ଦର ଦାସ ଓ ତାଙ୍କ ଟିମ ପେଟ୍ରୋଲିଙ୍ଗ କରୁଥିବା ସୂଚନା ମିଳିଛି l ଅନ୍ୟପଟେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇନଥିବା ବେଳେ ନୁଆଁପଦର ବନପାଳ ବ୍ରଜ ସୁନ୍ଦର ଦାସ ପ୍ରତିଦିନ ହାତୀର ଗତିବିଧି ଉପରେ ନଜର ରଖିବା ସହ ପେଟ୍ରୋଲିଙ୍ଗ କରାଯାଉଛି ବୋଲି କହିଛନ୍ତି l ତୁରନ୍ତ ଜଙ୍ଗଲରୁ ହାତୀକୁ ଘଉଡ଼େଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.