ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବର୍ଷାରେ ଧୋଇଗଲା ଡାଇଭର୍ସନ ରାସ୍ତା, ଯାତାୟତ ଠପ୍

Published By : Suraj Kumar | June 23, 2025 7:15 PM

ଦାରିଙ୍ଗବାଡି,୨୩/୬(ଆପ୍ର): ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରୁ ବୁଡାଗୁଡ଼ାକୁ ରାସ୍ତା ନିର୍ମାଣ ହେଉଛି। ଫଳରେ ତିଲୋରୀ ଦେଇ ଯାଇଥିବା ଗୁମାଡି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ  ଲୋକଙ୍କ ଯାତାୟତ ନିମନ୍ତେ ଏକ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଛି । ହେଲେ ଅଧିକ ବର୍ଷା ଫଳରେ ନଦୀରେ ଅଧିକ ପାଣି ପ୍ରବାହିତ ଯୋଗୁଁ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି । 

ଫଳରେ ସିମନବାଡ଼ି ଠାରୁ ତିଲୋରୀ,ବୁଡ଼ାଗୁଡା ଓ ଗୁମିକିଆ ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଛି । ଉଭୟ ପଟୁ ଗାଡ଼ି ଗୁଡ଼ିକ ଠିଆ ହୋଇ ରହିଛି । ଲୋକେ ଯାତାୟତ କରି ପାରୁ ନାହାଁନ୍ତି । ଫଳରେ ୩ ଗୋଟି ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଯଥା ଶୀଘ୍ର ଡାଇଭର୍ସନ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.