ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସୁରକ୍ଷାବଳଙ୍କ ହିଟ୍‌ ଲିଷ୍ଟରେ ୧୧ ବଡ଼ ଆତଙ୍କୀ,୩ ଜୈସ୍‌ ଆତଙ୍କୀ ସାମିଲ

Published By : Anindita Ratha | May 15, 2025 3:00 PM

ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାବଳ ପକ୍ଷରୁ ସେଠାରେ ସକ୍ରିୟ ଥିବା ୧୪ ଜଣ ବଡ଼ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମଙ୍ଗଳବାର ସୋପିଆନ୍‌ରେ ଅପରେସନ୍‌ କେଲର ଅନୁସାରେ ଏନ୍‌କାଉଣ୍ଟରରେ ନିପାତ କରାଯାଇଛି । ଅବଶିଷ୍ଟ ୧୧ ଆତଙ୍କୀଙ୍କୁ ନିପାତ ପାଇଁ ଜୋରସୋରରେ ଆରମ୍ଭ ହୋଇଛି ଅପରେସନ୍‌ । ସେହି ୧୧ ଆତଙ୍କୀଙ୍କ ମଧ୍ୟରୁ ୩ ଜଣ ହିଜବୁଲ ମୁଜାହିଦ୍ଦିନ୍‌, ୫ ଜଣ ଲସ୍କରଇ-ତୋଇବା ଓ ୩ ଜଣ ଜୈସ୍‌-ଇ-ମହମ୍ମଦର ସଦସ୍ୟ । ସେମାନଙ୍କ ମଧ୍ୟରେ ହିଜବୁଲ୍‌ର ଏ ପ୍ଲସ୍‌ ଶ୍ରେଣୀର ଆତଙ୍କୀ ଚିଫ୍‌ ଅପରେସନାଲ୍‌ କମାଣ୍ଡର ଜୁବୈର ଅହମ୍ମଦ ୱାନି ଓରଫ ଅବୁ ଉବୈଦା, ଲସ୍କରର ଏ ପ୍ଲସ୍‌ ଶ୍ରେଣୀର ସୋପୋର ଜିଲ୍ଲା କମାଣ୍ଡର ଆଦିଲ ରହମାନ ଓ ଜୈସ୍‌ର ସି ଶ୍ରେଣୀର ଅବନ୍ତୀପୋରା ଜିଲ୍ଲା କମାଣ୍ଡର ଆସିଫ୍‌ ଅହମ୍ମଦର ନାମ ରହିଛି । ସେହିପରି ହିଟ୍‌ଲିଷ୍ଟରେ ସାମିଲ ଏହି ଆତଙ୍କୀଙ୍କ ସହାୟତା କରୁଥିବା ଲୋକଙ୍କ ନେଟ୍‌ୱର୍କ ବହୁତ ବ୍ୟାପକ । ସେଥିଲାଗି ସୁରକ୍ଷାବଳ ଏମାନଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ କଡ଼ା ଗ୍ରହଣ ଲାଗି ତତ୍ପର ଅଛନ୍ତି ।

 ଜୁବୈର ଅହମ୍ମଦ ୱାନି: ସୁରକ୍ଷାବଳଙ୍କ ଉପରେ ଅନେକ ହମ୍‌ଲାରେ ସାମିଲ ଥିବା ଜୁବୈର ଅହମ୍ମଦ ୱାନି ଓରଫ୍‌ ଅବୁ ଉବୈଦା ହିଜବୁଲ ମୁଜାହିଦ୍ଦିନ୍‌ର ଅନନ୍ତନାଗ ଚିଫ୍‌ ଅପରେସନାଲ୍‌ କମାଣ୍ଡର । ସେ ଏ ପ୍ଲସ୍‌ ଶ୍ରେଣୀର ଆତଙ୍କୀ । ୨୦୧୮ ମସିହାରୁ ସେ ଆତଙ୍କୀ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଲିପ୍ତ । ଆତଙ୍କୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ରଚନା ସହିତ ସେ ସୀମା ପାରରୁ ଆସୁଥିବା ଆତଙ୍କୀଙ୍କୁ ସହାୟତା ମଧ୍ୟ କରିଥାଏ । 

ଆଦିଲ ରହମାନ: ଆଦିଲ ରହମାନ୍‌ ଜମ୍ମୁକାଶ୍ମୀର ସୋପୋରର ବାସିନ୍ଦା । ସେ ଲସ୍କରଇ-ତୋଇବାର ଏ ପ୍ଲସ୍‌ ଶ୍ରେଣୀର ଆତଙ୍କୀ ହୋଇଥିବାବେଳେ ସୋପୋର ଜିଲ୍ଲା କମାଣ୍ଡର ଭାବେ କାମ କରେ । ୨୦୨୧ ମସିହାରେ ସେ ଲସ୍କରରେ ସାମିଲ ହୋଇଥିଲା । ସେବେଠାରୁ ତା’ ବିରୋଧରେ ଅନେକ ଆତଙ୍କୀ ଆକ୍ରମଣରେ ସାମିଲ ଥିବାର ଅଭିଯୋଗ ରହିଛି । 

ଆସିଫ୍‌ ଅହମ୍ମଦ ଶେଖ: ଆସିଫ୍‌ ଅବନ୍ତୀପୋରା ତ୍ରାଲ ଅଞ୍ଚଳର ବାସିନ୍ଦା । ସେ ଜୈସ୍‌ ଇ-ମହମ୍ମଦର ସି ଶ୍ରେଣୀର ଆତଙ୍କୀ ହୋଇଥିବାବେଳେ ଅବନ୍ତୀପୋରା ଜିଲ୍ଲା କମାଣ୍ଡର ଭାବେ କାର୍ଯ୍ୟ କରେ । ୨୦୨୨ରୁ ଆସିଫ୍‌ ଲଗାତର ଆତଙ୍କୀ ଆକ୍ରମଣକୁ ରୂପରେଖ ଦେଇଆସୁଥିବା ଅଭିଯୋଗ ରହିଛି ।

 ହାରିସ୍‌ ନଜୀର: ହାରିସ୍‌ ପୁଲୱାମାର ବାସିନ୍ଦା । ସେ ଲସ୍କର-ଇ-ତୋଇବାର ସି ଶ୍ରେଣୀର ଆତଙ୍କୀ । ୨୦୨୩ରୁ ଲସ୍କରରେ ସକ୍ରିୟ ରହିଛି । ଅନେକ ଆତଙ୍କୀ ଗତିବିଧି ସହିତ ଆତଙ୍କୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ସୁରକ୍ଷାବଳଙ୍କ ରାଡାରରେ ରହିଛି । 

ଆମିର ନଜୀର: ଆମିର ପୁଲୱାମାର ବାସିନ୍ଦା । ଜୈସ୍‌ର ଏହି ସି ଶ୍ରେଣୀର ଆତଙ୍କୀ ୨୦୨୪ରେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା । ସେବେଠାରୁ ସେ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ରହିଛି । 

ଆସିଫ୍‌ ଅହମଦ ଖାଣ୍ଡେ: ଆସିଫ୍‌ ଅହମ୍ମଦ ଖାଣ୍ଡେ ସୋପିଆନ୍‌ର ବାସିନ୍ଦା । ହିଜବୁଲ ମୁଜାହିଦ୍ଦିନ୍‌ର ଏହି ଏ ଶ୍ରେଣୀର ଆତଙ୍କୀ ୨୦୧୫ରେ ସଂଗଠନରେ ସାମିଲ ହୋଇଥିଲା । ବର୍ତ୍ତମାନ ସେ ସକ୍ରିୟ ଭାବେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ରହିଛି । 

ନସିର ଅହମ୍ମଦ ୱାନି: ନସିର ଅହମ୍ମଦ ଲସ୍କରର ସି ଶ୍ରେଣୀର ଆତଙ୍କୀ । ସେ ସୋପିଆନ୍‌ କିଗାମ୍‌ର ବାସିନ୍ଦା । ୨୦୧୯ରୁ ଲଗାତର ଆତଙ୍କୀ ଗତିବିଧିରେ ସାମିଲ ରହିଆସୁଛି । ସୀମା ଆରପଟୁ ଆସୁଥିବା ପାକିସ୍ତାନୀ ଆତଙ୍କୀମାନଙ୍କୁ ସେ ସହାୟତା କରୁଥିବାର ଅଭିଯୋଗ ରହିଛି । 

ଆମିର ଅହମ୍ମଦ ଡାର: ଆମିର ଲସ୍କରର ସି ଶ୍ରେଣୀର ଆତଙ୍କୀ । ସେ ସୋପିଆନ୍‌ର ବାସିନ୍ଦା । ୨୦୨୩ରୁ ଆମିର ସୋପିଆନ୍‌ରେ ଲସ୍କର ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

 ହାରୁନ ରଶିଦ୍‌ ଗନି: ହାରୁନ୍‌ ରଶିଦ୍‌ ଗନି ଅନନ୍ତନାଗର ବାସିନ୍ଦା । ସେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ୍‌ ଲାଗି ସକ୍ରିୟ ଭାବେ କାର୍ଯ୍ୟ କରୁଛି । ୨୦୧୮ରେ ସେ ପାକିସ୍ତାନ କବ୍ଚାରେ ଥିବା ପିଓକେରେ ଆତଙ୍କୀ ଗତିବିଧି ଲାଗି ପ୍ରଶିକ୍ଷଣ ନେଇଥିଲା । ନିକଟରେ ଫେରିଆସିଥିବାବେଳେ ସୁରକ୍ଷାବଳଙ୍କ ରାଡାରରେ ରହିଛି । 

ଜାକିର ଅହମଦ: ଜାକିର ଅହମ୍ମଦ କୁଲଗାମ୍‌ର ବାସିନ୍ଦା ହୋଇଥିବାବେଳେ ଲସ୍କରର ବଡ଼ ଆତଙ୍କୀଙ୍କ ମଧ୍ୟରେ ପରିଗଣିତ । ସୁରକ୍ଷାବଳଙ୍କ ଉପରେ ଆକ୍ରମଣ ଓ ଟାର୍ଗେଟ୍‌ ହତ୍ୟା ନେଇ ତା’ ବିରୋଧରେ ଅନେକ ଅଭିଯୋଗ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.