ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କାହଁକି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଉଚ୍ଚତା ଅଧିକ ? ଜେନେଟିକ୍ ଡାଟା ବିଶ୍ଲେଷଣ ପରେ ଜଣାପଡ଼ିଲା ଚକିତ କରିଦେବା ଭଳି ତଥ୍ୟ

Published By : Harapriya Biswal | May 21, 2025 3:46 PM

ନୂଆଦିଲ୍ଲୀ,୨୧।୫: ସାଧରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉଚ୍ଚତା ଅଧିକ ଥାଏ। ଆଉ ତାହା ପୁଣି ୫ ଇଞ୍ଚ ପର୍ଯ୍ୟନ୍ତ ଅଧିକ।  ଏହାର କାରଣ ରହସ୍ୟ ହୋଇ ରହିଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ନୂଆ ରିସର୍ଚ୍ଚରେ ଏହି ରହସ୍ୟକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ନୂଆ ରିସର୍ଚ୍ଚରୁ ଜଣାପଡିଛି ଏକ ଖାସ୍ କଥା। ତାହା ହେଲା ଏକ ସ୍ବତନ୍ତ୍ର ପ୍ରକାରର ଜିନ୍‌ ପୁରୁଷଙ୍କ ଉଚ୍ଚତାକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଜିନ୍‌ ମହିଳାଙ୍କ ଭିତରେ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ  ହୋଇନଥାଏ, କିନ୍ତୁ ପୁରୁଷଙ୍କ ଭିତରେ ଅଧିକ ପରିମାଣରେ ଆକ୍ଟିଭ ଥାଏ।

ଆମେରିକା ଓ ବ୍ରିଟେନ୍‌ର ପ୍ରାୟ ୧ ଲକ୍ଷ ଲୋକଙ୍କ ଜେନେଟିଭ ଡାଟାର ବିଶ୍ଲେଷଣ ପରେ ଏହା ଜଣାପଡିଛି। ରିସର୍ଚ୍ଚରଙ୍କ ମତରେ ଏକ ଖାସ୍ ଜିନ୍ ‘SHOX’ କୁ  ଏହି ଉଚ୍ଚତାର ପ୍ରାର୍ଥକ୍ୟ ପଛର ସମ୍ଭାବିତ କାରଣ ବୋଲି କୁହାଯାଉଛି। ଏନ୍‌ଓ୍ବାଇଟିର ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ରିସର୍ଚ୍ଚ କରି ଜାଣିବାକୁ ପାଇଛନ୍ତି ଯେ, ଯେଉଁ ଲୋକଙ୍କ ପାଖରେ ଏକ ଅତିରିକ୍ତ Y କ୍ରୋମୋଜୋମ୍ ରହିଥାଏ। ତାଙ୍କର ଉଚ୍ଚତା ମହିଳାଙ୍କ ତୁଳନାରେ ଅଧିକ ହୋଇଥାଏ। ‘SHOX’   X ଓ Y କ୍ରୋମୋଜୋମ୍‌ରେ ମିଳିଥାଏ, କିନ୍ତୁ ଏହା ପୁରୁଷଙ୍କ ଭିତରେ Y କ୍ରୋମୋଜୋମ୍‌ ଉପରେ ଅଧିକ ସକ୍ରିୟ ରହିଥାଏ। ଯାହାଫଳରେ ତାଙ୍କର ଉଚ୍ଚତା ଉପରେ ପ୍ରଭାବ ବଢିଯାଇଥାଏ। ମହିଳାଙ୍କ ଭିତରେ ଏକ X କ୍ରୋମୋଜୋମ୍ ମୁଖ୍ୟ ଭାବରେ ନିଷ୍କ୍ରିୟ ରହିଥାଏ। ତେଣୁ ‘SHOX’ ଜିନ୍ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହୋଇନଥାଏ।

ରିସର୍ଚ୍ଚ ଅନୁସାରେ, ଏହି ଜିନ୍ ପୁରୁଷ ଓ ମହିଳାଙ୍କ ଭିତରେ ହାରାହାରି ଉଚ୍ଚତାର ଫରକକୁ ପ୍ରାୟ ଏକ ଚର୍ତୁଥାଶଂ ବୁଝାଯାଏ। ବାକିର ପ୍ରାର୍ଥକ୍ୟ ଅନ୍ୟ ଜିନ୍ ଓ ପୁରୁଷଙ୍କ ହର୍ମୋନ କାରଣରୁ   ହୋଇଥାଏ। ଜେନେଟିକ୍ସ ଏକ୍ସପର୍ଟ ଏରିକ୍ ସାଡଟ୍ ଏହି ରିସର୍ଚ୍ଚକୁ ଖୁବ୍ ରୋମାଞ୍ଚକ ବୋଲି କହିଛନ୍ତି। ସେ କହିଛନ୍ତି ଏହି ରିସର୍ଚ୍ଚ ସେହି ରହସ୍ୟକୁ ବୁଝିବାକୁ ସାହାଯ୍ୟ କରିବ ଯାହା ଏପର୍ଯ୍ୟନ୍ତ ଲୁଚି ହୋଇ ରହିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.