ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ତିନି ଦିନରେ ୬୦ ମେସେଜ୍‌ - କଲ - ଇମେଲ ; ରିକ୍ରୁଟରଙ୍କ ଇନକ୍ୱାରୀରେ ଥକି ଗଲେ ପ୍ରାର୍ଥୀ, ଛାଡ଼ିଲେ ଇଣ୍ଟରଭ୍ୟୁ ! ଭାଇରାଲ ପୋଷ୍ଟ

Published By : Prameya | May 18, 2025 10:08 PM

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଜଣେ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ଅନୁଭବ ଭାଇରାଲ ହେଉଛି, ଯାହାକି ଲୋକଙ୍କୁ ଭାବିବାକୁ ବାଧ୍ୟ କରି ଦେଇଛି। କାରଣ ହେଲା , ଇଣ୍ଟରଭ୍ୟୁ ପୂର୍ବରୁ ତାଙ୍କୁ ଏତେ ଅସୁବିଧା କରାଗଲା ଯେ, ସେ ଶେଷରେ ନିଜେ ପଛକୁ ହଟିବାକୁ ଭଲ ଭାବିଲେ।ଥରେ ଭାବନ୍ତୁ ତ ଆପଣଙ୍କ ପାଖକୁ ଏକ ବଡ଼, ନାମୀଦାମୀ ଗ୍ଲୋବାଲ କମ୍ପାନୀରୁ ଚାକିରିର ସୁଯୋଗ ଆସିଛି। ସବୁ କିଛି ଠିକ୍‌ ଠାକ୍‌ ଚାଲିଛି,ହେଲେ ରିକ୍ରୁଟର ଏତେ ଥର କଲ୍ , ମେସେଜ୍ ଓ ଇମେଲ କରିବେ ଯେ, ଆପଣ ବ୍ୟତିବ୍ୟସ୍ତ ହୋଇଯିବେ। ଏମିତି ହିଁ ହୋଇଛି ଏହି ପ୍ରାର୍ଥୀଙ୍କ ସହ , ଯିଏକି ରେଡ୍ଡିଟ୍‌ରେ ନିଜର କାହାଣୀ ସେୟାର କରିଛନ୍ତି। 

ରିକ୍ରୁଟରଙ୍କ ଇନକ୍ୱାରୀ ଶେଷ ହିଁ ହୋଇ ନାହିଁ – 

ଏକ ଇଣ୍ଟରନ୍ୟାସନାଲ କମ୍ପାନୀ ପାଇଁ ଇଣ୍ଟରଭ୍ୟୁର ପ୍ରସ୍ତୁତି କରୁଥିବା ଜଣେ ପ୍ରାର୍ଥୀ ଶେଷ ସମୟରେ ଇଣ୍ଟରଭ୍ୟୁ କ୍ୟାନସଲ କରି ଦେଇଛନ୍ତି। ପ୍ରାର୍ଥୀଙ୍କର କହିବା ହେଲା କି , ମାତ୍ର ତିନି ଦିନରେ ଜଣେ ରିକ୍ରୁଟର ତାଙ୍କୁ ଏତେଥର କଲ୍‌ , ଇମେଲ ଓ ମେସେଜ କରିଛନ୍ତି ଯେ, ତାଙ୍କୁ ସନ୍ଦେହ ହେବାକୁ ଲାଗିଲା ଏବଂ ଶେଷରେ ସେ ଇଣ୍ଟରଭ୍ୟୁ ଦେବାକୁ ମନା କରି ଦେଲେ।

ଏହି ପୂରା ମାମଲା ଏକ ଭାଇରାଲ ରେଡିଟ୍‌ ପୋଷ୍ଟରେ ସାମନାକୁ ଆସିଛି, ଯାହାର ଟପିକ୍‌ ଥିଲା – ‘ ଆଇ କ୍ୟାନସେଲ୍ଡ ଦି ଇଣ୍ଟରଭ୍ୟୁ !’ ପୋଷ୍ଟରେ ୟୁଜର କହିଛନ୍ତି ଯେ, ସୋମବାରରୁ ବୁଧବାର ଯାଏ ରିକ୍ରୁଟର ତାଙ୍କୁ ୪ଟି ଇମେଲ କରିଛନ୍ତି ,୧୫ ଥର କଲ୍‌ କରିଛନ୍ତି ଏବଂ ୪୫ ଟେକ୍ସଟ୍‌ ମେସେଜ୍‌ ପଠାଇଛନ୍ତି , କିଛି ମେସେଜ୍‌ ରାତି ୧୦ଟା ସମୟରେ ମଧ୍ୟ ଆସିଛି। 

ପ୍ରାର୍ଥୀ ଜଣଙ୍କ କହିଛନ୍ତି ଯେ, ସେ ପୂର୍ବରୁ ହିଁ ୩ଥର ରିକ୍ରୁଟରଙ୍କ ସହ କଥା ହୋଇ ସାରି ଥିଲେ ଏବଂ ଜରୁରୀ ସୂଚନା ଇମେଲ ମାଧ୍ୟମରେ ସେୟାର କରି ସାରି ଥିଲେ। ଏହା ସତ୍ତ୍ୱେ କଲ୍‌ ଓ ମେସେଜ୍‌ର ବର୍ଷା ଆରମ୍ଭ ହୋଇ ଯାଇଛି। କ୍ୟାଣ୍ଡିଡେଟକୁ ଏହି ବ୍ୟବହାର ଅନପ୍ରଫେସନାଲ ଓ ଅସୁବିଧାଜନକ ଲାଗି ଥିଲା, ଯେଉଁଥି ପାଇଁ ସେ ଇଣ୍ଟରଭ୍ୟୁ କ୍ୟାନସେଲ କରି ଦେଲେ। ସେ ସିଧା ଇଣ୍ଟରଭ୍ୟୁ ନେଉଥିବା ଅଧିକାରୀଙ୍କୁ ଏହି ବିଷୟରେ ସୂଚିତ କରିଥିଲେ ଏବଂ ଏକ ଔପଚାରିକ ଇମେଲ ପଠାଇ ନିଜର ପ୍ରାଥି ପତ୍ର ଫେରେଇ ନେଇଥିଲେ । ଏହା ସତ୍ତ୍ୱେ ଆଉ ଦୁଇ କଲ୍‌ ଆସି ଥିଲା, ଏହାପରେ ସେ ରିକ୍ରୁଟରଙ୍କୁ ବ୍ଲକ୍‌ କରି ଦେଲେ।

ପ୍ରାର୍ଥୀ ଆହୁରି ଲେଖିଛନ୍ତି ଯେ, ରିକ୍ରୁଟରଙ୍କ ଏହି ବ୍ୟବହାର ମୋତେ ଦୁନିଆର ସବୁଠୁ ବଡ଼ କମ୍ପାନୀ ମଧ୍ୟରୁ ଗୋଟିଏ ଠାରୁ ଦୂରେଇ ଦେଲା। ଏହି ପୋଷ୍ଟରେ ଅନେକ ଲୋକ ରିଆକ୍ସନ ଦେଇଛନ୍ତି। କେହି ଏହି ବ୍ୟବହାରକୁ ଟର୍ଚର କରିବା ସହ ଯୋଡ଼ି କହିଛନ୍ତି। ଆଉ କିଏ କହିଛନ୍ତି ରିକ୍ରୁଟରଙ୍କୁ ଟେଲି ମାର୍କେଟିଂ କରିବାର ଥିଲା , ହାୟରିଂ ନୁହେଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.