ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ହଇରାଣ କରିବା ମହାଙ୍ଗା ପଡ଼ିଲା : ଯୁବକଙ୍କୁ ଥାନାରେ ଜିମା ଦେଲେ ଆମ୍ବୁଲାନ୍ସ କର୍ମଚାରୀ

Published By : Suraj Kumar | June 4, 2025 4:23 PM

ସମ୍ବଲପୁର, ୪।୬: ୧୦୮ ଆମ୍ବୁଲାନ୍ସକୁ ଅଯଥାରେ ଫୋନ୍ କରି ହଇରାଣ କରିବା ମହାଙ୍ଗା ପଡ଼ିଲା। ଜରୁରୀକାଳୀନ ପରିସ୍ଥିତି ଓ ରୋଗୀ ସେବା ବାଧାପ୍ରାପ୍ତ କରିବା ଅଭିଯୋଗରେ ଯୁବକ ଅଟକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଡଙ୍ଗାଯୋର ଗ୍ରାମରେ। 

ଡଙ୍ଗାଯୋର୍ ଗ୍ରାମର ପିଣ୍ଟୁ ମୁଣ୍ଡା ବୁଧବାର ୧୦୮କୁ କଲ୍ କରି ଜଣେ ଶିଶୁଙ୍କ ଦେହ ଅସୁସ୍ଥ ଥିବା ଓ ତାଙ୍କୁ ଚିକିତ୍ସା ସୁବିଧା ଆବଶ୍ୟକ ଥିବା ଜଣାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କର୍ମଚାରୀ ଡଙ୍ଗାଜୋର୍ ଗାଁକୁ ଯାଇ ପହଞ୍ଚି ଥିଲେ। ହେଲେ ସେଠାରେ କୌଣସି ଶିଶୁଙ୍କ ଦେହ ଅସୁସ୍ଥ ନ ଥିବା ଜାଣିବାକୁ ପାଇଥିଲେ। ଆମ୍ବୁଲାନ୍ସକୁ କଲ୍ କରିଥିବା ପିଣ୍ଟୁକୁ କର୍ମଚାରୀ ମାନେ ପଚାରିବାରୁ ସେ ମିଛରେ କଲ୍ କରି ଦେଇଥିବା କହିଥିଲା। ସେ ନିଶାସକ୍ତ ଅବସ୍ଥାରେ ଏପରି କରି ଥିବା ଜାଣି ଆମ୍ବୁଲାନ୍ସ କର୍ମଚାରୀ ମାନେ ତାଙ୍କୁ ସେହି ଆମ୍ବୁଲାନ୍ସ ରେ ବୋହି ଆଣି ଗୋବିନ୍ଦପୁର ପୋଲିସକୁ ଜିମା ଦେଇଥିଲେ। ପରେ ଏପରି ଭୁଲ ପୁଣି ନ କରିବାକୁ ତାଗିଦ୍ କରି ଅଟକ  ରଖିଛି ଗୋବିନ୍ଦପୁର ପୁଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.