ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଘନେଇଲା ଧାନ କିଣା ଟାର୍ଗେଟ୍ ସମସ୍ୟା; ରାଜରାସ୍ତାରେ ବସିଲେ ସମ୍ବଲପୁରର ଚାଷୀ

Published By : Harapriya Sethi | June 9, 2025 12:22 PM

ସମ୍ବଲପୁର, ୦୯/୦୬: ମିଲ୍‌କୁ ଟାର୍ଗେଟ ନ ମିଳିବାରୁ ତାତିଲେ ଚାଷୀ । ବାରମ୍ବାର ଦାବି ସତ୍ତ୍ୱେ ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ୍ ଦିଆଯାଉନଥିବାରୁ ସୋମବାର ରାଜରାସ୍ତାକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଶହ ଶହ ଚାଷୀ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି । 

ପୂର୍ବରୁ ଚାଷୀମାନେ କଟନି ଛଟନି ସମସ୍ୟାକୁ ନେଇ ରାଜପଥକୁ ଓହ୍ଲାଉଥିଲେ। ଧାନ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ପ୍ରଥମ କରି ସମ୍ବଲପୁର ଜିଲ୍ଲାର ଚାଷୀମାନେ ଧାନ ସଂଗ୍ରହ ଟାର୍ଗେଟ ପାଇଁ ଆନ୍ଦୋଳନ କରୁଛନ୍ତି । ଚାଷୀମାନେ ଏକାଠି ହୋଇ ସୋମବାର ସକାଳ ୬ ଟାରୁ ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଟାର୍ଗେଟ ନମିଳିବା ଯାଏଁ ଧାରଣା ଦିଆଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ଧାରଣାର ପ୍ରାୟ ୪ଘଣ୍ଟା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ହେଲେ ସେମାନେ ରବି ଧାନ କିଣାରେ ଟାର୍ଗେଟ ନମିଳିବା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରଥମେ ଅଦିନିଆ ବର୍ଷାରେ ବ୍ୟାପକ ଫସଳ ନଷ୍ଟ ହୋଇଥିଲା। ବର୍ତ୍ତମାନ ଧାନ ସଂଗ୍ରହ ପାଇଁ ସମବାୟ ସମିତିକୁ ଆବଶ୍ୟକ ଟାର୍ଗେଟ ମିଳୁନି। ଏଭଳି ସ୍ଥିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ରବିବାର ଚାଷୀ ତବଲା ସମବାୟ ସମିତିରେ ତାଲା ପକାଇଥିଲେ। ଏହା ପରେ ସୋମବାର ସିନ୍ଦୁରପଙ୍କ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ରବି ଧାନ କିଣିବାକୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ୍ ସମ୍ବଲପୁର ଜିଲ୍ଲାକୁ ମିଳିଥିଲା । ପରେ ଆଉ ୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଯୋଗାଣ ନିଗମ ନିଷ୍ପତ୍ତି ନେଇଥିଲା। ହେଲେ ଏହି ଟାର୍ଗେଟ କମ୍ ବୋଲି ଚାଷୀ ସଂଗଠନ ଦାବି କରିଥିଲା। ତେଣୁ ଧାନ କିଣାରେ ଅଧିକ ଟାର୍ଗେଟ ଦେବାକୁ କୁହାଯାଇଥିଲା। କିନ୍ତୁ ସମବାୟ ସମିତିକୁ ନୂଆ ଟାର୍ଗେଟ ନମିଳିବାରୁ ଗତ ୪ ଦିନ ହେଲା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ମଣ୍ଡିରେ ଅଚଳାବସ୍ଥା ଲାଗି ରହିଥିଲା। ଯାହା ପରେ ରବିବାର ତବଲା ମଣ୍ଡିରେ ଚାଷୀମାନେ ତାଲା ପକାଇଥିଲେ ।

ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ସଦର ଏସଡିପିଓଙ୍କ ସହ ଘଟଣାସ୍ଥଳରେ ପୁଲିସକର୍ମୀ ମୁତୟନ ହୋଇଛନ୍ତି । ସମ୍ବଲପୁରରୁ ଦେବଗଡ଼ ଦେଇ କୋଲକାତା ଓ କଟକକୁ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.