ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହାଇଫାଇବରରେ ଭରା ଅମୃତଭଣ୍ଡା, ଖାଇଲେ ମିଳିବ ଏସବୁ ଫାଇଦା

Published By : Anindita Ratha | June 7, 2025 2:28 PM

ଅମୃତଭଣ୍ଡାରେ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ପାଚନ ପ୍ରକ୍ରିୟାକୁ ତୀବ୍ର କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ସେହିପରି ମୋଟାପଣ କମାଇବା ସହ ହୃଦ୍‌ରୋଗର ଆଶଙ୍କାକୁ କମ କରିଥାଏ । ଏହା କେବଳ ସ୍ୱାସ୍ଥ୍ୟ ନୁହେଁ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ । ତ୍ୱଚା ଓ କେଶଜନିତ ସମସ୍ୟାକୁ ଦୂର କରିଥାଏ । ଆହୁରି ଅନେକ ଫାଇଦା ମଧ୍ୟ ରହିଛି । ଯେମିତିକି... 

ଆଖି ପାଇଁ 

ଅମୃତଭଣ୍ଡାରେ ଭିଟାମିନ୍‌-ଏ ଭରି ରହିଛି, ଯାହା ଆଖି ପାଇଁ ବରଦାନ । ଭିଟାମିନ୍‌-ଏ ଆଖି ରେଟିନାକୁ ସୁରକ୍ଷିତ ରଖିଥାଏ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା ଆଖିକୁ ଝାପସା ଦେଖାଯିବା ସମସ୍ୟା ଦୂରେଇଯାଏ । ଆଖି ସମସ୍ୟା ହେବା ପୂର୍ବରୁ ନିୟମିତ ଅମୃତଭଣ୍ଡା ଖାଇଲେ ସମସ୍ୟା କେବେ ଆସି ନଥାଏ । 

ପାଚନ କ୍ରିୟା ତୀବ୍ର ହୁଏ 

ଅମୃତଭଣ୍ଡା ପାଣି ଓ ଫାଇବରରେ ଭରପୂର । ତା’ସହିତ ଏଥିରେ କେତେକ ଏନ୍‌ଜାଇମ୍‌ ରହିଛି, ଯାହା କବ୍ଚ ସମସ୍ୟାକୁ ଦୂର କରିଥାଏ । ଖାଦ୍ୟ ଖାଇବାର ଏକ ବା ଅଧା ଘଣ୍ଟା ପୂର୍ବରୁ ଅମୃତଭଣ୍ଡା ଖାଇବା ଖୁବ୍‌ ଉପକାରୀ ହୋଇଥାଏ । 

ବୟସକୁ ବାନ୍ଧି ରଖେ

ଆମ ଚେହେରା ହିଁ ସୁସ୍ଥତାର ପରିଚୟ ଦେଇଥାଏ । ତେଣୁ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ପାଦ ଉପରେ ନିର୍ଭର କରିଥାଉ । କିନ୍ତୁ ଅମୃତଭଣ୍ଡା ଖାଇବା ଦ୍ୱାରା ତ୍ୱଚାରେ ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ । ଅମୃତଭଣ୍ଡାରେ ଥିବା ଭିଟାମିନ୍‌-ଏ, ଭିଟାମିନ୍‌-ଇ ଓ ଭିଟାମିନ୍‌ ସି ତ୍ୱଚାର ରିଙ୍କଲ୍ସ ସମସ୍ୟା ଆସିବାକୁ ଦିଏନା । ତା' ସହିତ ମୃତ କୋଷିକା ଦୂର କରିବା ସହ ତ୍ୱଚାକୁ ହାଗହୀନ କରିଥାଏ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.