ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସତ୍ୟନାରାୟଣ ପୂଜା ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ କରନ୍ତୁ ୫ଟି ଉପାୟ, ଧନଧାନ୍ୟରେ ପୂର୍ଣ୍ଣ ହେବ ଘର

Published By : Prameya | June 9, 2025 2:13 PM

ଭୁବନେଶ୍ୱର ୦୯/୦୬: ହିନ୍ଦୁଧର୍ମରେ ପୂର୍ଣ୍ଣିମା ତିଥିକୁ ମହତ୍ତ୍ୱ ଦିଆଯାଇଛି । ଏହି ଦିନ ସତ୍ୟନାରାୟଣଙ୍କ ପୂଜା  କଲେ ଘରେ ସୁଖଶାନ୍ତି ବଢ଼େ। ଏହି ଦିନ ମା’ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଭଲ । ଦିନକ ପରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ପଡୁଛି । ଏହି ଅବସରରେ ମା’ଙ୍କୁ କିପରି  ପୂଜା କରି ସନ୍ତୁଷ୍ଟ କଲେ ଆପଣଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ହେବ ଆସନ୍ତୁ ଜାଣିବା... ।

ଲକ୍ଷ୍ମୀ ଯନ୍ତ୍ର ପୂଜା କରନ୍ତୁ: ଜ୍ୟେଷ୍ଠ ପୂର୍ଣ୍ଣିମା ରାତିରେ ଉତ୍ତର ଦିଗରେ ଲକ୍ଷ୍ମୀ  ଯନ୍ତ୍ର ସ୍ଥାପନ କରନ୍ତୁ । ଯନ୍ତ୍ର କୁ ଗଙ୍ଗାଜଳରେ ଶୁଦ୍ଧ କରିବା ସହିତ ଲାଲ୍‌  କପଡ଼ାରେ ରଖିବା ସହିତ ଏହା ଉପରେ କୁଙ୍କୁମ,ଅରୁଆ ଚାଉଳ ଏବଂ ଫୁଲ  ଅର୍ପଣ କରନ୍ତୁ । ଏହାପରେ ‘ଓଁ ଶ୍ରୀଂ ମହାଲକ୍ଷେ୍ମ ନମଃ’ ମନ୍ତ୍ର ୧୦୮ ଥର ଜପ  କରନ୍ତୁ । ଏହି ଉପାୟ ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ଧନ ପ୍ରାପ୍ତ ହେବ । 

ଦୀପ ଜାଳନ୍ତୁ: ପୂର୍ଣ୍ଣିମା ରାତିରେ ଘରର ମୁଖ୍ୟ ଦ୍ୱାରରେ ଶୁଦ୍ଧ ଗୁଆ ଘିଅ କିମ୍ବା  ରାଶି ତେଲରେ ଦୀପ ଜଳାଇଲେ ଲକ୍ଷ୍ମୀ ଗୃହ ମଧ୍ୟକୁ ପ୍ରବେଶ କରନ୍ତି । ଏହା  ଘରୁ ଦାରିଦ୍ର‌୍ୟ ଦୂର କରିଥାଏ ।  

ରୁପାମୁଦ୍ରା ରଖନ୍ତୁ : ରୁପା  ମୁଦ୍ରାକୁ ମା’ଲକ୍ଷ୍ମୀଙ୍କର ପ୍ରତୀକ  ମନେ କରାଯାଏ । ଜ୍ୟେଷ୍ଠ  ପୂର୍ଣ୍ଣିମା ରାତିରେ ଏହାକୁ ଲାଲ୍‌  କପଡ଼ାରେ ବାନ୍ଧି ପଇସା ରଖୁଥିବା  ସ୍ଥାନ ବା ଟ୍ରେଜେରୀରେ ରଖନ୍ତୁ । ଫଳରେ ସଂଚୟ ବଢ଼ିବା ସହିତ ଅଯଥା ଖର୍ଚ୍ଚ କମିବ ।

କ୍ଷୀରି ଭୋଗ କରନ୍ତୁ : ପୂର୍ଣ୍ଣିମା ରାତିରେ କେଶର ଯୁକ୍ତ କ୍ଷୀରି ମା’ ଲକ୍ଷ୍ମୀଙ୍କ  ନିକଟରେ ପୂଜା କରନ୍ତୁ । ଏହାବ୍ୟତୀତ ଘରକୁ ଛୋଟ ଝିଅମାନଙ୍କୁ ଡାକି  ସେମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଦେଇ ଖୁସି କରାନ୍ତୁ । ସେମାନଙ୍କୁ ନୂଆ ବସ୍ତ୍ର ଦେବାକୁ  ଭୁଲନ୍ତୁ ନାହିଁ । ଏହି ଉପାୟ ଦ୍ୱାରା ମା’ଙ୍କର କୃପା ନିଶ୍ଚୟ ପ୍ରାପ୍ତ ହୋଇଥାଏ ।  ଏଥିସହିତ ଘରକୁ ଉଭୟ ସୌଭାଗ୍ୟ,ସମୃଦ୍ଧିର ଆଗମନ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.