ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଡାଇରିଆକୁ ଡାକିଲାଣି ତାଳଦଣ୍ଡା, କେନାଲ୍‌ ପାଣିରେ ମେଡିକାଲ୍‌ ଆବର୍ଜନା

Published By : Harapriya Sethi | June 21, 2025 2:37 PM

କଟକ, ୨୧/୦୬: ଡାଇରିଆକୁ ନେଇ ପ୍ରଶାସନିକସ୍ତରରେ ତତ୍ପରତା ଲାଗିରହିଥିବା ବେଳେ ଏପଟେ ରୋଗକୁ ଡାକୁଛି ତାଳଦଣ୍ଡା କେନାଲ୍‌ । ସିଏମ୍‌ସିର ଅବହେଳା ମନୋଭାବ ପାଇଁ ଗୋଟିଏ ପଟେ କେନାଲ୍‌ ପାଣି ବିଷାକ୍ତ ହେଉଛି, ଅନ୍ୟପଟେ ଡ୍ରେନ୍‌ରୁ ବାହାରୁଥିବା ଭାସମାନ ଆବର୍ଜନା ଓ ପଙ୍କକୁ ଆଣି ରାସ୍ତା କଡ଼ରେ ଗଦା କରାଯାଉଛି । ସବୁଠୁ ବଡ଼ କଥା ହେଉଛି ଯେ, ଯେଉଁଠି ରାସ୍ତା କଡ଼ରେ ସିଏମ୍‌ସି ନିଜେ ଆବର୍ଜନା ପକାଇବା ଉପରେ କଟକଣା ସମ୍ପର୍କିତ ବୋର୍ଡ ଲଗାଇଛି ସେଠାରେ ସିଏମ୍‌ସି ଆବର୍ଜନା ଗଦା କରୁଥିବା ଦେଖିବାକୁ ମିଳିଛି । ଫଳରେ କେନାଲ୍‌ ରାସ୍ତା ଓ ପାଣି ଏବେ ସହରବାସୀଙ୍କ ପାଇଁ ବିପଦ ପାଲଟିଛି । 

ତାଳଦଣ୍ଡା କେନାଲ୍‌କୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପ୍ରଶାସନର ଅବହେଳା ପାଇଁ ଏବେ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ରାସ୍ତାରୁ ନେଇ ପାଣି ସବୁକିଛି ନଷ୍ଟ ହେବାରେ ଲାଗିଛି । ତେବେ କେନାଲ୍‌ରେ ବାରମ୍ବାର ଆବର୍ଜନା ପକାଇବା ଉପରେ ରୋକ୍‌ ଲଗାଇବାକୁ ସିଏମ୍‌ସି ଲୁହା ବାଡ ଘୁରାଇ ଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନି । ସବୁଠୁ ବଡ କଥା ହେଉଛି ଯେ, କେନାଲ୍‌ ପାଶ୍ୱର୍ରେ ଥିବା ବିଭିନ୍ନ ମେଡିକାଲ୍‌ରୁ ବାହାରୁଥିବା ଆବର୍ଜନା କେନାଲ୍‌ରେ ଭାସୁଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ପାଣିରୁ ନାକଫଟା ଗନ୍ଧ ବାହାରୁଛି । ଏମିତିକି ଉକ୍ତ ପାଣି ମଧ୍ୟ ବିଷାକ୍ତ ପାଲଟିଛି । ସେହିଭଳି ତାଳଦଣ୍ଡା କେନାଲ୍‌ ପାଶ୍ୱର୍ ତଥା ମାଲଗୋଦାମ ପଛ ପାଶ୍ୱର୍ରେ ଆବର୍ଜନା ଗଦାଇବାକୁ ନେଇ ପୂର୍ବରୁ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ସିଏମ୍‌ସି ତାର ବାଡ ବୁଲାଇବା ସହିତ ସେଠାରେ ଆବର୍ଜନା ନ ପକାଇବାକୁ ବୋର୍ଡ ମଧ୍ୟ ଲଗାଇଛି । କିନ୍ତୁ ସିଏମ୍‌ସି ଦ୍ୱାରା ଡ୍ରେନ୍‌ରୁ ଭାସମାନ ଆବର୍ଜନା ଓ ପଙ୍କକୁ କାଢି ଆଣି ଟ୍ରାକ୍ଟର ଯୋଗେ ଏଠାରେ ଗଦା କରାଯାଉଛି । ଆବର୍ଜନା ଗଦା ହେବା ସହିତ ସେଥିରୁ ନିର୍ଗତ ପାଣି ଓ ପଙ୍କ ବର୍ଷା ପାଣିରେ ମିଶି ରାସ୍ତାରେ ଲହଡ଼ି ମାରୁଛି । ଯାହାଦ୍ୱାରା ଏବେ କେନାଲ୍‌ ରାସ୍ତାରେ ଯା’ଆସ କରିବା କଷ୍ଟସାଧ୍ୟ ହୋଇପଡୁଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.