ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସାଙ୍ଗ ସହ ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ଯୁବକ

Published By : Suraj Kumar | June 15, 2025 8:00 PM

ନୂଆଗାଁ,୧୫।୬: ସାଙ୍ଗମାନଙ୍କ ସହ ନଦୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଗଭୀର ପାଣିରେ ବୁଡି ଯିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ନିକଟସ୍ଥ କୋଏଲ ନଦୀରେ ଘଟିଛି। ମୃତକ ହେଲେ  ବେଦବ୍ୟାସ  ଅଞ୍ଚଳର ଆକାଶ ଦତ୍ତ (୨୨)। ସୂଚନା ପାଇ ବିଶ୍ରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି।

ରଜ ସଂକ୍ରାନ୍ତି ସହ ରବିବାର ଥିବାରୁ  ପୂର୍ବାହ୍ନ ୧୧ଟା ସମୟରେ ବେଦବ୍ୟାସ ଅଞ୍ଚଳର ଆକାଶ ଦତ୍ତ ୨ଜଣ ସାଙ୍ଗଙ୍କ ସହ ମିଶି  ତେତେରକେଲା ନିକଟସ୍ଥ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧେଇବା ବେଳେ ଗଭୀରପାଣିକୁ ଚାଲି ଯାଇ ନିଖୋଜ ହୋଇଯାଇଥିଲେ। ନିକଟରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକି ଖୋଜିଥିଲେ ମଧ୍ୟ ପାଇ ନଥିଲେ।   ପରେ ସୂଚନା ପାଇ ବିଶ୍ରା ଥାନା ଓ ଓଡ୍ରାଫ ଟିମ ପହଞ୍ଚିଥିଲେ। ଓଡ୍ରାଫ ଟିମ ଖୋଜି ନଦୀରୁ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଠାବ କରି ବିଶ୍ରା ହସ୍ପିଟାଲ କୁ ନେଇଥିଲେ। କିନ୍ତୁ ସେଠାରେ  ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.