ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବଜ୍ରପାତ ନେଲା ୨ ମହିଳାଙ୍କ ଜୀବନ

Published By : Suraj Kumar | May 29, 2025 4:56 PM

ବରଗଡ,୨୯।୫ :   :  ବଜ୍ରପାତରେ ଚାଲିଗଲା ଦୁଇ ଜଣ ମହିଳାଙ୍କ ଜୀବନ ।ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ  ଘଟିଛି । ମୃତ ମହିଳାମାନେ ହେଲେ ଖଇର ପାଲି ଗାଁର ଶାନ୍ତି ଛତ୍ରିଆ ଓ ଟୋପ ଗାଁର  ଜଣୋଦା ମଲିକ ।

ଖଇରପାଲି ନିକଟସ୍ଥ ନଳିଆଁ ଝୁପୁଡି ଗ୍ରାମର ସ୍ବର୍ଗତ ରାଜେନ୍ଦ୍ର ଛତ୍ରିଆଙ୍କ ପତ୍ନୀ ୪୮ ବର୍ଷୀୟ ଶାନ୍ତି ଛତ୍ରିଆ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇ କାଠ ଝାଟି ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ l 

ସେହିପରି ଅତାବିରା ଥାନା ଟୋପ ଗ୍ରାମର ୩୬ ବର୍ଷୀୟ ଯଶୋଦା ମଲ୍ଲିକ କ୍ଷେତରେ ଦିନ ମଜୁରିଆ ଭାବେ କାମ କରୁଥିବା ତାଙ୍କ ସ୍ବାମୀ ଗଣନାଥ ମଲ୍ଲିକଙ୍କ ପାଖକୁ ଖାଦ୍ୟ ନେଇ ଦେଉଥିବା ବେଳେ ବିଲରେ ବଜ୍ରପାତ ଘଟି ଜୀବନ ହାରିଥିଲେ l ଯଶୋଦାଙ୍କ ଗୋଡ଼ରେ ବଜ୍ରପାତ ଲାଗି ଗୋଡ଼ ଜଳି ଯାଇଥିବା ଦେଖିବାକୁ ମିଳିଛି l ଉଭୟଙ୍କୁ ଅତାବିରା ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ଏ ସତିଶ କୁମାର ମୃତ ଘୋଷଣା କରିଛନ୍ତି l

ଖବର ପାଇ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ନିର୍ଦ୍ଦେଶରେ ପୋଲିସ ଉଭୟ ଶବକୁ ଜବତ କରି ବ୍ୟବଛେଦ ପାଇଁ ବରଗଡ଼ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.