ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ମିଥ୍ୟା ବିଲ୍‌ କରି ରାସ୍ତା ରକ୍ଷଣାବେକ୍ଷଣ ଟଙ୍କା ହଡପ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

Published By : Suraj Kumar | June 7, 2025 6:26 PM

ରାଇରଙ୍ଗପୁର ୭।୬(ଆପ୍ର) : ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଜନରେ  ମିଥ୍ୟା ବିଲ କରି ରାସ୍ତାର ରକ୍ଷଣାବେକ୍ଷଣା ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି  । ରାସ୍ତାର ଚିପ୍ସ ବାହାରି ପଡ଼ିରହିଛି ୫ ବର୍ଷ ପୂର୍ବରୁ ହୋଇଥିବା ପ୍ରଧାନମନ୍ତ୍ରୀ  ରାସ୍ତା।  । ମିଥ୍ୟା ବିଲ କରି ୪ ଥର ରାସ୍ତାର ରକ୍ଷଣାବେକ୍ଷଣା ଟଙ୍କା ହଡପ କରାଯାଇଛି। ଏପରିକି  ଅଧାରାସ୍ତା ମରାମତି କରି  ଶେଷ ରକ୍ଷଣା ବେକ୍ଷଣା ପଇସା ଖାଇବାକୁ ପ୍ରୟାସ ହେଉଛି ବୋଲି ଅଭିଯୋଗ ହୋଇଛି। ଆରଟିଆଇରେ  ରିପୋର୍ଟ ମାଗିବାରୁ  ୪୦ ଦିନ ପୂର୍ବରୁ ହୋଇଥିବା ରକ୍ଷଣାବେକ୍ଷଣା  କାର୍ଯକୁ କାର୍ଯ୍ୟ ଚାଲୁ ରହିଛି ବୋଲି ଅଧିକାରୀ ଜଣାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଓ ସୂଚନା ଅଧିକାର ଆଇନ ବଳରେ ଏହା ଜଣାପଡିଛି। 

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ  ବିଭାଜନ  ଦ୍ୱାରା ନିର୍ମିତ ହୋଇଥିବା ନାଗଭଣ ଠାରୁ ଧଳାଡ଼ିହି ପ୍ରଧାନ ମନ୍ତ୍ରୀ ରାସ୍ତା । ସରକାରଙ୍କ ନିୟମ ଅନୁସାରେ ପାଞ୍ଚ ବର୍ଷ ରାସ୍ତାର ରକ୍ଷଣାବେକ୍ଷଣା ଦାୟିତ୍ୱ ଠିକାଦାର କରିବା କଥା । କିନ୍ତୁ ସୂଚନା ଅଧିକାର ନିୟମ  ରିପୋର୍ଟ ଓ ସୂଚନା ଫଳକ ଅନୁଯାୟୀ ଏହି ରାସ୍ତା ଏକ କୋଟି ସତର ଲକ୍ଷ ଚାରି ହଜାର ଟଙ୍କା ବ୍ୟୟରେ ୧୮।୦୭।୨୦୧୯ ରେ ଆରମ୍ଭ ହୋଇଥିଲା।  ୨୯।୦୧।୨୦୨୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । କିନ୍ତୁ ଗତ ପାଞ୍ଚ ବର୍ଷ ଭିତରେ ରାସ୍ତାର ରକ୍ଷଣାବେକ୍ଷଣା ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.