ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନିଆଁ ଲାଗି ଜଳିଗଲା ଦୁଇ ବଖରା , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Suraj Kumar | June 8, 2025 10:56 PM

ବାଙ୍ଗିରିପୋଷି,୮/୬(ଆ.ପ୍ର): ନିଆଁ ଲାଗି ଜଳିଗଲା ଘର।  ଜଳିପୋଡି ପାଉଁଶ ହୋଇଗଲା ଦୁଇ ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ବଡ଼ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଡ଼ିହି ଗ୍ରାମରେ ଏହା ଦେଖିବାକୁ ମିଳିଛି।

ବଡ଼ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଡ଼ିହି ଗ୍ରାମର ସର୍ଗତଃ ଅର୍ଜୁନ ହେମ୍ବ୍ରମଙ୍କ ପୁଅ ପିଥ ହେମ୍ବ୍ରମ ଘରେ କୌଣସି କାରଣ ବସତଃ ହଠାତ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପୁରା ଘର ଜଳିବାକୁ ଲାଗିଲା। ଆସବାବ ପତ୍ର, ବାସନ କୁସନ, ଜରୁରୀ କାଗଜ ପତ୍ର ସହ ନଗଦ ଟଙ୍କା ମିଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଗଲା। ଖବର ପାଇ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ମହାପାତ୍ର, ୨୭ ନମ୍ବର ଜୋନ ମଣ୍ଡଳ ସଭାପତି ସୁଭାଶିଷ ଗିରି, ପୂର୍ବତନ ମଣ୍ଡଳ ସଭାପତି ଦୁଲାରାମ କିସ୍କୁ, ସମ୍ପାଦକ ରଞ୍ଜିତ ମଣ୍ଡଳ ଓ ବାମିଆ ସିଂ ପ୍ରମୁଖ ଘଟଣା ବିଷୟରେ ଜାଣି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତଃ କରିବାକୁ ପ୍ରଚେଷ୍ଟା କରିଥିଲେ ମଧ୍ୟ ଘର ଟି ସମ୍ପୂର୍ଣ ଜଳି ଯାଇଥିଲା। ଉପସ୍ଥିତ ନେତୃବୃନ୍ଦ ଅତିଶୀଘ୍ର କିପରି ସରକାରୀ ସହାୟତା ପାଇବେ ଏଥିନେଇ ବାଙ୍ଗିରିପୋଷି ତହସିଲଦାର ରଘୁନାଥ ଟୁଡୁଙ୍କ ସହ କଥା ହୋଇଥିଲେ।  ଏହା ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ପଲିଥିନ ଯୋଗାଇ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.