ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କନ୍ଧମାଳରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ, ସହର ପରିକ୍ରମା କଲା ରାଲି

Published By : Manash Sahoo | June 18, 2025 3:12 PM

ଫୁଲବାଣୀ,୧୮/୬: କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ । ଶତାଧିକ ଦଳୀୟ କର୍ମୀ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲା । ଏହା ପରେ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ସେଠାରେ ସଭାର ଆୟୋଜନ ହୋଇଥିଲା । ଦଳୀୟ ନେତା ମାନେ ଉଦବୋଧନ ଦେଇ ବିଜେପ ସମ୍ବିଧାନ ଉପରେ ଆକ୍ରମଣ କରୁଛି କହି ପ୍ରତିବାଦ କରିଥିଲେ । ଦେଶରେ କଂଗ୍ରେସ ଦଳ ଥିବା ପର୍ଯ୍ୟନ୍ତ ବାବା ସାହେବଙ୍କ ପ୍ରଣୀତ ସମ୍ବିଧାନ ଉପରେ କୌଣସି ଆଞ୍ଚ୍ ଆସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା। 

ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ଉପସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରାୟଗଡ଼ା ବିଧାୟକ ଆପଲ୍ ସ୍ବାମୀ କାଡ୍ରାକା, ପିସିସି ସମ୍ପାଦକ ରୁପକ ତୁରୁକ, ପର୍ଯ୍ୟବେକ୍ଷକ ହଳଧର ସେଠୀ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜାକବ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ନେତା ଓ କର୍ମୀ ସାମିଲ ହୋଇଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.