ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମେଡିକାଲ କଲେଜ ପରିଦର୍ଶନ ବେଳେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ...

Published By : Manash Sahoo | June 5, 2025 3:00 PM

କୋରାପୁଟ,୦୫/୦୬: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ବୁଧବାର ୬ଜଣଙ୍କ ମୃତ୍ୟୁ ହୋଇଛି । ଏହାର ତଦନ୍ତ ପାଇଁ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମେଡିକାଲ୍ କଲେଜ୍ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ବିଭିନ୍ନ ଓ୍ବାର୍ଡ ବୁଲିବା ଦେଖିବା ସହିତ କିଭଳି ମୃତ୍ୟୁ ହେଲା ତା’ର ସମୀକ୍ଷା କରିଛନ୍ତି । ତେବେ ମନ୍ତ୍ରୀଙ୍କ ପରିଦର୍ଶନ ବେଳେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।   

କଂଗ୍ରେସର ପୂର୍ବତନ ବିଧାୟକ ନିମାଇ ସରକାର, ପୂର୍ବତନ ନଗରପାଳ ଭଗବାନ ବାହିନୀପତି ଏବଂ ରୂପକ ତୁରୁକ ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମେଡିକାଲ କଲେଜରେ ଥିବା ସମସ୍ୟାର ଦୁଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ । ସେମାନଙ୍କର ମୁଖ୍ୟ ଦାବିଥିଲା, ଭୁଲ୍ ଇଞ୍ଜେକସନରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା । ସେହିପରି ମେଡିକାଲ କଲେଜ ଓ ହସ୍ପିଟାଲରେ ଖାଲି ପଡ଼ିଥିବା ଡିନ୍ ଓ ଡାକ୍ତର ପଦବୀ ପୂରଣ ପାଇଁ ଦାବି କରିବା । ଏହାଛଡ଼ା ଯେଉଁ ବିଶେଷଜ୍ଞ ଡାକ୍ତର ମାନେ ଅଧା ଦିନ ରହୁନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପ୍ରସଂଗ ରହିଥିଲା । ଆଗାମୀ ଦିନରେ ମେଡିକାଲ କଲେଜ ସମସ୍ୟାର ସ୍ଥାୟୀ ପ୍ରତିକାର ନହେଲେ ଜୋରଦାର୍  ଆନ୍ଦୋଳନ ହେବା ବୋଲି କଂଗ୍ରେସ ନେତା ଓ କର୍ମୀମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.