ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମରଣଯନ୍ତା ପାଲଟିଛି ସୋରିଷ ପଦର ରାସ୍ତା, ମରାମତି ଦାବୀ

Published By : Suraj Kumar | June 7, 2025 8:55 PM

ଦଶମନ୍ତପୁର, ୭/୬ :  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଅଧିନସ୍ଥ ଷୋରିଷ ପଦର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। 

ଏହି ରାସ୍ତା ଉପରେ  ପିଣ୍ଡାପଦର ପଞ୍ଚାୟତ ଦୁଆର ଶୁଣି ଏବଂ ନନ୍ଦି ଗାଁ ପଞ୍ଚାୟତବାସୀ ନିର୍ଭର କରନ୍ତି। ହାଟ ବଜାର ଠାରୁ ଆରମ୍ଭ କରି, ଡାକ୍ତରଖାନା, ବ୍ଲକ କାର୍ଯ୍ୟାଳୟ, ଜିଲ୍ଲା ସଦରମହକୁମାକୁ ଯାତାୟାତ ପାଇଁ ଏହି ଗୋଟିଏ ରାସ୍ତା।‌ପ୍ରତିଦିନ ଶହ ଶହ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ବଡ ବଡ ଭାରୀ ଯାନ ଯିବା ଆସିବା କରୁଛି। ହେଲେ ରାସ୍ତା ଅବସ୍ଥା ଅତି ଶୋଚନୀୟ।  ବିଭିନ୍ନ ସ୍ଥାନରେ ଖାଲ ଖମା ଭର୍ତ୍ତି। ଯାହା ଦ୍ବାରା ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। 

ଏହି ରାସ୍ତା ପିଣ୍ଡା ପଦର ଗାଁ ଠାରୁ ଆଡମୁଣ୍ଡା ଗାଁ ଛକକୁ ସଂଯୋଗ କରୁଛି। ଏହାର ମରାମତି ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାହା ଫଳରେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡୁଛି ବୋଲି ବରଗଛ, ଖଜୁରୀ ଗୁଡା, ଲିଟିଗୁଡା, ଷୋରିଷ ପଦର, ପରଜା ସୁଜୁଲି ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ବର୍ଷା ଦିନ ଆସୁଛି ଏହାର ମରାମତି କରା ନ ଗଲେ ଅଞ୍ଚଳବାସୀ ଗମନାଗମନ ପାଇଁ ଅଧିକ ସମସ୍ୟା ବଢିଯିବ। ତେଣୁ ତୁରନ୍ତ ଏହି ମରଣଯନ୍ତା ପାଲିଟିଥିବା ରାସ୍ତାଟିକୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ  ଦୁର୍ଗା ଚରଣ ମାରାଣ୍ଡିଙ୍କୁ ଯୋଗାଯୋଗ କରିଥିଲୁ। ତାଙ୍କ ଫୋନ ନ ଲାଗିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.