ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଠିକାଦାରଙ୍କୁ ମହଙ୍ଗା ପଡ଼ିଲା ନିମ୍ନମାନର କାର୍ଯ୍ୟ; ପ୍ରମେୟରେ ଖବର ପ୍ରକାଶ ପରେ ବ୍ରିଜ୍ ପିଲାର ଭଙ୍ଗା କାମ ଆରମ୍ଭ

Published By : Manash Sahoo | June 18, 2025 3:41 PM

ଦଶମନ୍ତପୁର, ୧୮/୬: ପ୍ରମେୟ ପ୍ରଭାବ । ନିମ୍ନମାନର ପୋଲ କାର୍ଯ୍ୟ ନେଇ ଖବର ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲା ପୂର୍ତ୍ତ ବିଭାଗର ତତ୍ପରତା । ସ୍ଥିତି ଅନୁଧ୍ୟାନ ପରେ, ବ୍ରିଜ୍ ପିଲାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ମେସିନ୍ ଲଗାଇ, ପିଲାର ଭଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି ।   


ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ସଦର ମହକୁମା ସ୍ଥିତ ଯବାନ ନଦୀ ଉପରେ ସ୍ଥାୟୀ ପୋଲ୍ ନିର୍ମାଣ କାମ ଚାଲିଛି । ଠିକାଦାର ଏବଂ ସୁପର ଭାଇଜର, ନୀରିକ୍ଷଣ ଅଧିକାରୀଙ୍କ ଅନୁପସ୍ଥିତିରେ ନିମ୍ନ ମାନର କାର୍ଯ୍ୟ କରିବା ସହ ଏହାକୁ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଚଳାଇଥିଲେ । ବିନା ଭଇବ୍ରେସନରେ ପିଲର ଢଲାଇ କରାଯାଇଥିଲା । ତେବେ କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ଏନେଇ ପ୍ରମେୟରେ ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲା ପୂର୍ତ୍ତ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । ବ୍ରିଜ୍ ପିଲାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି  ମେସିନ୍ ଲଗାଇ, ପିଲାର ଭଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ଠିକାଦାର ପୁଣି ଥରେ ନିର୍ମାଣ କରିବ ବୋଲି ଜଣାପଡ଼ିଛି । 


ସୂଚନା ମୁତାବକ, ବହୁ ବର୍ଷ ପରେ ଯବାନ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପୂର୍ବ ସରକାର ମଞ୍ଜୁର କରିଥିଲେ । ବ୍ରିଜ୍ ନିର୍ମାଣ ସହ ଦଶମନ୍ତପୁର ଠାରୁ ପୋଞ୍ଚଡା ଛକ୍ ୩୨୬ ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ, ରାସ୍ତାର ପ୍ରଶସ୍ତିକରଣ ପାଇଁ ୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ମାତ୍ର ଠିକାଦାର ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥକୁ ହରିଲୁଟ୍ କରିବା ପ୍ରଚେଷ୍ଟାରେ ଥିଲା । ଖବର ପ୍ରକାଶ ପରେ ପୋଲ ପିଲାର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ବ୍ରିଜ୍ ନିର୍ମାଣ ଶେଷ ହେବା ଯାଏ ବିଭାଗୀୟ ଅଧିକାରୀ ଏହା ଉପରେ ଧ୍ୟାନ ରଖିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.