ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ଚିଠିରେ ସୀମିତ ସିଟ୍‌ ବୃଦ୍ଧି ପ୍ରସ୍ତାବ

Published By : Harapriya Sethi | June 21, 2025 2:31 PM

ଜୟପୁର, ୨୧/୦୬: ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପିଜି ଏବଂ ଡିଗ୍ରୀ ସିଟ୍‌ ବୃଦ୍ଧି ପ୍ରସଙ୍ଗ କେବଳ ଚିଠିଲେଖାରେ ସୀମିତ ରହିଛି । ପ୍ରସ୍ତାବର ୨ ମାସ ପରେ ବି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସବୁଜ ସଙ୍କେତ ଦେଇନି । ଅଗ୍ରଗତି ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଠୋସ୍‌ ସୂଚନା ନାହିଁ । ନୂଆ ଶିକ୍ଷାବର୍ଷ ଲାଗି ନାମଲେଖା ଆରମ୍ଭ ହୋଇଯାଇଥିବା ବେଳେ ସରକାରଙ୍କ ଅନୁମୋଦନ ମିଳିନଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଆଶା ମଉଳିବାରେ ଲାଗିଛି ।  ଆରମ୍ଭ ହୋଇଯାଇଛି ପ୍ରଥମ ବର୍ଷ ଡିଗ୍ରୀ ଏବଂ ପିଜି ଛାତ୍ରଛାତ୍ରୀଙ୍କ ନାମଲେଖାଏ । ଡିଗ୍ରୀ ପ୍ରଥମ ବର୍ଷ ଲାଗି ଇଣ୍ଟିମେସନ୍‌ ପାଇଥିବା ପ୍ରାୟ ୬୦ ପ୍ରତିଶତ ଅର୍ଥାତ ୫୮୮ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଦ୍ୱିତୀୟ ମେଧାତାଲିକା ଆସନ୍ତା ୨୨ ତାରିଖରେ ପ୍ରକାଶ ପାଇବ । 

ସେହିପରି ପିଜି ପ୍ରଥମ ପର୍ଯ୍ୟାୟରେ ୧୫ ବିଭାଗରେ ୨୧୨ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ୨୩ ତାରିଖରେ ପ୍ରକାଶ ପାଇବ ସେକେଣ୍ଡ କଟଅଫ୍‌ ଲିଷ୍ଟ । ଡିଗ୍ରୀ ଷ୍ଟ୍ରିମ୍‌ର ଗଣିତ, ବାଣିଜ୍ୟ, ପ୍ରାଣୀ, ଉଦ୍ଭିଦ, ପଦାର୍ଥ ଏବଂ ରସାୟନ ବିଜ୍ଞାନ ବିଭାଗକୁ ଛାଡ଼ି ଅନ୍ୟ ବିଭାଗରେ ୧୬ ଲେଖାଏଁ ସିଟ ବଢିଥାନ୍ତା । ପିଜିର ବିଭିନ୍ନ ବିଭାଗରେ ୮ରୁ ୨୪ ପର୍ଯ୍ୟନ୍ତ ସିଟ୍‌ ବଢିବ ବୋଲି ଛାତ୍ରଛାତ୍ରୀ ଆଶା ରଖିଥିଲେ । ସିଟ୍‌ ବଢିଲେ ଉଚ୍ଚଶିକ୍ଷା ଲାଗି ପିଲାମାନଙ୍କୁ ବାହାରକୁ ଯିବାକୁ ପଡ଼ିବନି ବୋଲି ଅଭିଭାବକମାନେ ଭାବିଥିଲେ । ଦୀର୍ଘ ୨ ମାସ ପରେ ବି ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେମାନଙ୍କ ଚିନ୍ତା ବଢିଯାଇଛି । 

ଅନ୍ୟପକ୍ଷରେ ସିଟ୍‌ ବୃଦ୍ଧି ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉପଯୁକ୍ତ ଫୋରମ/ ବିଭାଗୀୟ ମୁଖ୍ୟଙ୍କ ପାଖରେ ଆବେଦନ କରି ନ ଥିବାରୁ ସମସ୍ୟା ଉପୁଜିଛି ବୋଲି ଚର୍ଚ୍ଚା ହେଉଛି । ଯଦ୍ୱାରା ଏ ସମ୍ପର୍କିତ ଫାଇଲ୍‌ ଆଗେଇ ପାରୁନଥିବା ଜଣେ ବରିଷ୍ଠ ଶିକ୍ଷାବିତ୍‌ କହିଛନ୍ତି । ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ କହିଛନ୍ତି, ସିଟ୍‌ ବୃଦ୍ଧି ଲାଗି ଆବେଦନ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ।   ଗତ ଏପ୍ରିଲ୍‌ ୧୦ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ତଥା କମିଶନର ଅରବିନ୍ଦ ଅଗ୍ରୱାଲ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଅଧ୍ୟାପକ ନିଯୁକ୍ତି, ନୂଆ କ୍ୟାମ୍ପସ୍‌ ନିର୍ମାଣ ଏବଂ ଗବେଷଣା ବାବଦରେ ଆଲୋଚନା କରିଥିଲେ । ପିଜି, ଡିଗ୍ରୀ ଏବଂ ସେଲ୍ଫଫାଇନାନ୍ସିଂ କୋର୍ସରେ ମୋଟ ୧ ହଜାର ୭୧୮ ଛାତ୍ରଛାତ୍ରୀ ପଢ଼ୁଥିବା ଶୁଣି ବିରକ୍ତ ହୋଇଥିଲେ । ଉଭୟ ଷ୍ଟ୍ରିମ୍‌ରେ ସିଟ୍‌ ସଂଖ୍ୟା ବଢ଼ାଇବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଓଏସ୍‌ଡି ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ସିଟ୍‌ ସଂଖ୍ୟା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଥିଲା । ଡିଗ୍ରୀରେ ଆଉ ୧୭୬, ପିଜିରେ ୨୫୬ ଏବଂ ସେଲ୍ପଫାଇନାନ୍ସିଂ କୋର୍ସରେ ୧୬ ଏଭଳି ମୋଟ ୪୪୮ ସିଟ୍‌ ବଢ଼ାଇବା ଲାଗି କମିଟି ସ୍ଥିର କରିଥିଲା । ଆବେଦନ ସହ ଏ ସମ୍ପର୍କିତ ଫାଇଲ୍‌ ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଥିଲା । 

ସୂଚନାଥାଉ କି, ଏବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଡିଗ୍ରୀ ଅନୁମୋଦିତ ସିଟ୍‌ ସଂଖ୍ୟା ୧୦୪୦ । କମିଟି ପ୍ରସ୍ତାବ ଅନୁଯାୟୀ ୟୁଜିରେ ୧୭୬ ସିଟ୍‌ ବଢ଼ି ୧ ହଜାର ୨୧୬ ହେବ । ପିଜିରେ ୨୫୬ ଆସନ ବଢ଼ି ୬୯୬ ଏବଂ ସେଲ୍ଫଫାଇନାନ୍ସିଂରେ ୧୬ ବଢ଼ି ସିଟ୍‌ ସଂଖ୍ୟା ୨୫୪ ହେବ । ଅର୍ଥାତ୍‌ ଉପରୋକ୍ତ ୩ ବିଭାଗରେ ମୋଟ ୨ ହଜାର ୧୬୬ ଛାତ୍ରଛାତ୍ରୀ ପଢ଼ିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.