ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅଭିଯୋଗ ଶୁଣାଣିରେ ଆସିଲେ ନାହିଁ ବିଡିଓ; ଅପେକ୍ଷା କରି ଫେରିଗଲେ ଜନ ସାଧାରଣ, ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

Published By : Bijay Swain | June 9, 2025 10:43 PM

ଦଶମନ୍ତପୁର, ୯/୬: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରକୁ ବିରୋଧକରି, ବୈଠକ ବାତିଲ କରିଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସପ୍ତାହର ସୋମବାର ଦିନ, ପଞ୍ଚାୟତ ମାନଙ୍କରେ, ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଶୁଣାଣି ଶିବିର ବ୍ୟବସ୍ଥା କରାଯାଇଛି। ତେବେ ଆଜି ଲୁଲା ପଞ୍ଚାୟତରେ ଏହି ଶୁଣାଣିର ପାଳି ରହିଥିଲା। 

ବିଭିନ୍ନ ସମସ୍ୟା ନେଇ ଜନ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି, ପଞ୍ଚାୟତବାସୀ ଅଭିଯୋଗ ଶୁଣାଣିକୁ ଅପେକ୍ଷା କରିଥିଲେ। ଦିନ ୧୦ଟା ଠାରୁ ଅପରାହ୍ନ ଏକ ଘଟିକା ପର୍ଯ୍ୟନ୍ତ ଖରାରେ ଅପେକ୍ଷା କରିଥିଲେ। କିନ୍ତୁ କୈାଣସି କାରଣରୁ ବିଡିଓ, ଅଭିଯୋଗ ଶୁଣାଣିରେ ଯୋଗଦାନ କରିବାରେ ବିଳମ୍ବ ହୋଇଥିଲା। ଏଥିରେ ଜିପିଓ ବେଦବ୍ୟାସ ହରିପାଲ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିବା ଲାଗି ଚେଷ୍ଟା କରି ଥିଲେ। କିନ୍ତୁ ଜନପ୍ରତିନିଧି ଓ ଜନସାଧାରଣ ସମସ୍ତେ ଏକତ୍ରିତ ହୋଇ ଏହାର ପୂର୍ବରେ ପଞ୍ଚାୟତର ରାସ୍ତା ସମସ୍ୟା ଠାରୁ ଆରମ୍ଭ କରି, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଅଭିଯୋଗ କରା ଯାଇଥିଲା। ସେଗୁଡିକ କେତୋଟି ସମସ୍ୟାର ସମାଧାନ କରାଯାଇଛି ସେନେଇ ପ୍ରଶ୍ନ କରିଥିଲେ। କିନ୍ତୁ ଜିପିଓ ପୂର୍ବରେ କ'ଣ ଅଭିଯୋଗ ହୋଇଥିଲା ସେ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ସୂଚନା ଦେଇଥିଲେ। ବର୍ତମାନ କ'ଣ ସବୁ ଅଭିଯୋଗ ରହିଛି ଦିଅନ୍ତୁ ବୋଲି କହିଥିଲେ। 

ଏହି କଥା ଶୁଣିବା ପରେ ଖରାରେ ଅପେକ୍ଷା କରିଥିବା ସମସ୍ତ ପଞ୍ଚାୟତବାସି ଏହାର ବିରୋଧ କରିବା ଆରମ୍ଭ କରିଦେଇଥିଲେ। ପ୍ରଥମେ ଦେଇଥିବା ସମସ୍ୟାର ସମାଧାନ ନ ହେବା ଯାଏଁ ଆମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ହେବାକୁ ଦେବୁ ନାହିଁ ବୋଲି ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଉନ୍ତା, ସରପଞ୍ଚ ଚଞ୍ଚଳା ମୁଦୁଲି, ବରିଷ୍ଠ ନେତା ଲକ୍ଷ୍ମଣ ବିଶୋଇ,   ତ୍ରିନାଥ ବିଶୋଇ, ଅରବିନ୍ଦ ବିଶୋଇଙ୍କ ସମେତ ଅନ୍ୟ କେତେକ ଲୋକ ଅଡି ବସିଥିଲେ। 

ଏ ସମ୍ପର୍କରେ ବିଡିଓ ମିଲନ କୁମାର ଝାଙ୍କରଙ୍କୁ ଯୋଗାଯୋଗ କରିବାପରେ ସେ କହିଥିଲେ ଯେ, ଆଜି ଦଶମନ୍ତପୁର ଠାରେ ଅନ୍ୟ ଏକ ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ରହିଥିଲା। ସେଥିରେ ପ୍ରଥମେ ଯୋଗ ଦେଇ ଲୁଲା ପହଞ୍ଚିବା ବେଳକୁ ଟିକେ ବିଳମ୍ବ ହୋଇଯାଇଥିଲା। କିନ୍ତୁ ଜିପିଓଙ୍କ ସମେତ ବିଭିନ୍ନ ପଞ୍ଚାୟତ ଅଧିକାରୀ, ଏଇ,   ଜେଇଙ୍କ ଭଳି ଅନ୍ୟ ଅଧିକାରୀମାନେ ଶୁଣାଣୀରେ ଉପସ୍ଥିତ ରହିଥିଲେ। ତଥାପି କିଛି ବ୍ୟକ୍ତିବିଶେଷଙ୍କ ପାଇଁ ସେମାନେ ବୈଠକ ବାତିଲ କଲେ। ପୁଣି ଯାହା ଅଭିଯୋଗ ଆସୁଛି, ତାକୁ ବ୍ଲକ ପକ୍ଷରୁ ସମ୍ଭବ ଅନୁସାରେ ଧିରେ ଧିରେ ସମାଧାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.