ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହତ୍ୟା ଅଭିଯୁକ୍ତଙ୍କୁ ୬ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍

Published By : Bijay Swain | June 9, 2025 10:01 PM

ନବରଙ୍ଗପୁର,୯/୬(ଆପ୍ର): ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ନାଁ ପୂର୍ଣହରିଜନ(୩୦)। ତାଙ୍କ ଘର କୋଡିଙ୍ଗା ଥାନା ଚଟାହାଣ୍ଡି ଗାଁ ରେ ବୋଲି ଜଣାପଡିଛି। ୩୪ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେଭଳି ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ମଧ୍. କରିଛନ୍ତି। ଏହି ଅର୍ଥ ଅନାଦେୟ ହେଲେ ଆହୁରି ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏହି ମାମାଲକୁ ପରିଚାଳନା କରୁଥିବା ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ ଏକ୍କାଙ୍କ ସୂଚନା ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ୯ ତାରିଖରେ କୋଡିଙ୍ଗା ଥାନା ତେନ୍ତୁଳିଗୁଡା ଗାଁର ଗାଁର ୪ଜଣ ଯୁବକ ମହାଦେବ ଭତ୍ରା, ନାରାୟଣ ଭତ୍ରା, ସୋମନାଥ ଭତ୍ରା, ବୁଦୁରାମ ଭତ୍ରା ପ୍ରମୁଖ ଚଟାହାଣ୍ଡି ଗାଁରେ ଚାଲିଥିବା ଗଣେଶପୂଜା ଦେଖିବାକୁ ବାଇକ୍‌ରେ ଯାଇଥିଲେ । ଏହି ଚାରିଜଣ ଚଟାହାଣ୍ଡି ଗାଁର ପୂର୍ଣ୍ଣହରିଜନଙ୍କ ଘର ପାଖ ଦେଇ ଯାଉଥିଲେ । ଏହି ସମୟରେ ସେମାନଙ୍କ ବାଇକ୍‌ ଗୁଡିକର ଲାଇଟ୍ ଫକୋସ୍ ପୂର୍ଣ୍ଣଙ୍କ ଉପରେ ପଡିଯାଇଥିଲା । ବାସ୍ ଏତିକିରେ ପୂର୍ଣ୍ଣ ଉତ୍ୟକ୍ତ ହୋଇ ଏକ ଠେଙ୍ଗା ଆଣି ବାଇକ୍ ଗୁଡିକକୁ ଠେଙ୍ଗାରେ ପିଟିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପୂର୍ଣ୍ଣ ଆଉ କେତେ ଜଣଙ୍କୁ ସାଥୀରେ ଆଣି ଏମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । 

ଏତିକିରେ ବି ପୂର୍ଣ୍ଣର ରାଗ ଥଣ୍ଡା ହୋଇ ନଥିଲା। ସେ ଏକ ଛୁରୀ ଆଣି ମହାଦେବ ଭତ୍ରାଙ୍କ ବେକରେ ଛୁରୀ ଭୁସି ଦେଇଥିଲା। ଏଭଳି ଛୁରୀ ମାଡରେ ଗୁରୁତର ଆହତ ମହାଦେବଙ୍କ ସମେତ ଆଉ ୩ଜଣଙ୍କୁ କୋରାପୁଟ ସହୀଦ ଲକ୍ଷଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମହାଦେବଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ପୂର୍ଣ୍ଣଙ୍କୁ ୬ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.