ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଆସିଲେନି ସମିତି ସଭ୍ୟ ଓ ସରପଞ୍ଚ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଫସର ଫାଟିଲା

Published By : Suraj Kumar | June 9, 2025 4:11 PM

ତେନ୍ତୁଳିଖୁଣ୍ଟି,୯/୬(ଆପ୍ର):  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରାଜନୀତିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ସମୟରେ କୌଣସି ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଲେ ନାହିଁ। ଯାହାକି ତେନ୍ତଳିଖୁଣ୍ଟି  ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଫସର ଫାଟିଯାଇଛି‌ ।   । 

ପୂର୍ବରୁ  ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ବ୍ଲକର ୨୩ ଜଣ   ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଭାବରେ ଜଣେଇଥିଲେ । ଏହାପରେ ଗତ ମେ ମାସ ୨୩ ତାରିଖରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ଵାକ୍ଷର ଯାଞ୍ଚ ହୋଇଥିଲା । ଏହାରି ଭିତରେ ମଞ୍ଚାଗାଁ ସରପଞ୍ଚଙ୍କ ଦେହାନ୍ତ ହୋଇଥିବା ବେଳେ ୨୨ ଜଣଙ୍କ ମଧ୍ୟରୁ ସ୍ଵାକ୍ଷର ଯାଞ୍ଚ ସମୟରେ ୧୯ ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ସୋମବାର ଏନେଇ ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ସ୍ଥାନ ନିରୂପଣ ହୋଇଥିଲା । ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ସାଢେ ୧୨ ଘଣ୍ଟା ପର୍ଯ୍ୟନ୍ତ ସମୟ ନିର୍ଧାରଣ ହୋଇଥିଲା । ତେବେ ନିର୍ଧାରଣ ସମୟ ମଧ୍ୟରେ କୌଣସି ସରପଞ୍ଚ କିମ୍ବା ସମିତି ସଭ୍ୟ ଆସିନଥିଲେ । ଯାହାଫଳରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା କାଟ ଖାଇଥିଲା। ବର୍ତ୍ତମାନର ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକ ନିଜ ପଦବୀ ବଜାୟ ରଖିଛନ୍ତି । 

ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ୍ ନିର୍ବାଚନ ଦାୟିତ୍ୱରେ ଥିବାବେଳେ ବିଡିଓ ମନୋଜ କୁମାର ପାଣିଗ୍ରାହୀ,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ରାଧାକାନ୍ତ ରଣା ସହଯୋଗ କରିଥିଲେ । କୌଣସି ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ନଥିବା ଯୋଗୁଁ ଅନାସ୍ଥା ବୈଠକ ଏବଂ ଭୋଟିଙ୍ଗ ପ୍ରକ୍ରିୟା ହୋଇପାରିଲା ନାହିଁ । ଏଣୁ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଆଜିର ବିଷୟ ବସ୍ତୁ ସମ୍ପର୍କ ରେ ଲିଖିତ ଭାବରେ ଜଣେଇ ଦେବୁ ବୋଲି ତେନ୍ତୁଳିଖୁଣ୍ଟି ତହସିଲଦାର ତଥା ପ୍ରିଜାଇଡିଙ୍ଗ ଅଫିସର ପୁଷ୍ପାଞ୍ଜଳି ଦଣ୍ଡପାଟ୍ ସୂଚନା ଦେଇଛନ୍ତି । ଭୋଟିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ସହ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରଣବ କୁମାର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.