ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବୌଦ୍ଧରୁ ପୁରୁଣାକଟକ ରେଳ ଲାଇନ ନିରୀକ୍ଷଣ କଲେ ପୂର୍ବତଟ ରେଲୱେ ଜୋନାଲ ମ୍ୟାନେଜର

Published By : Suraj Kumar | June 10, 2025 10:30 PM

ହରଭଙ୍ଗା, ୧୦।୬ : ପଶ୍ଚିମ ଓ ପୂର୍ବ ଓଡିଶାର ସମ୍ପର୍କର ସେତୁ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନକୁ ଯାଞ୍ଚ କରିଛନ୍ତି ପୂର୍ବତଟ ରେଳ ବିଭାଗର ଜିଏମ ପରମେଶ୍ୱର ପଙ୍କୱାଲ l ମଙ୍ଗଳବାର ବୌଦ୍ଧ ଜିଲ୍ଲାରେ ପହଁଚି ପ୍ରଥମେ ବୌଦ୍ଧ ରେଲୱେ ଷ୍ଟେସନର ନିରୀକ୍ଷଣ କରିବା ସହ ଜିଲ୍ଲା ଷ୍ଟାଡିୟମ ବୁଲି ଦେଖିଥିଲେ l  ବୌଦ୍ଧ ରୁ ପୁରୁଣା କଟକ ରେଲୱେ ଷ୍ଟେସନ ପହଁଚି ଷ୍ଟେସନ ପରିଦର୍ଶନ କରିଥିଲେ  l 

ପୂର୍ବରୁ ସିଆରଏସ ଯାଞ୍ଚ ପୁରୁଣା କଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ହୋଇଥିଲେ ମଧ୍ୟ ଟ୍ରେନ ଗଡି ନ ଥିବା ନେଇ ବୌଦ୍ଧ ଜିଲ୍ଲା ବାସି ଆଶା ଆଶଙ୍କାରେ ରହିଥିଲେ।  ଆଜି ପୁଣିଥରେ GM ଙ୍କ ଯାଞ୍ଚ ପରେ ଖୁବଶୀଘ୍ର ପୁରୁଣା କଟକରୁ ବଲାଙ୍ଗୀରକୁ ରେଳ ଯାତ୍ରା କରିବେ ବୌଦ୍ଧ ବାସୀ l ରେଳ ଗଡ଼ିଲେ ବୌଦ୍ଧବାସୀ ଚଳିତ ବର୍ଷ ମହାପ୍ରଭୁ ଙ୍କ ଘୋଷ ଯାତ୍ରା ଦର୍ଶନ ରେଳ ଯାତ୍ରାରେ କରିବା ନେଇ ଆଶା ବାନ୍ଧିଛନ୍ତି l ଏପଟେ ଶୀଘ୍ର ବୌଦ୍ଧ ଜିଲ୍ଲାବାସୀ ପ୍ରଥମ ଥର କରି ଟ୍ରେନରେ ପୁରୀ ଯାତ୍ରା କରିବା ସ୍ଵଭାଗ୍ୟ ପାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି  ପୂର୍ବତଟ ରେଳ ବିଭାଗ ଚିଫ ଇଞ୍ଜିନିୟରିଂ ଅଜୟ ସାମଲ। ଏହି ଗସ୍ତରେ ସମ୍ବଲପୁର ଡିଆରଏମଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.