ମନମୁଣ୍ଡା,୧୨।୬ : ମନମୁଣ୍ଡା ପୁଲିସ କାର ସହ ଗଞ୍ଜେଇ ଜବତ କରିଥିବାବେଳେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଘଣ୍ଟାପଡ଼ାର ପିଣ୍ଟୁ ବିଭାର (୨୨) ।
ଏସଆଇ ଆର ପାତ୍ର ପୁଲିସ ବଳ ସହ ପାଟ୍ରୋଲିଂ କରୁଥିବା ବେଳେ ଏକ ଧଳା ରଙ୍ଗର କାରକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୫୦ କେଜି ୨୩୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଥିଲେ।