ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବାଉଁଶୁଣୀ ଜଗନ୍ନାଥ ମନ୍ଦିରରେ ମହାସ୍ନାନ ଉତ୍ସବ ପାଳିତ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Published By : Harapriya Sethi | June 11, 2025 3:02 PM

ବାଉଁଶୁଣୀ, ୧୧/୦୬: ବୁଧବାର ସକାଳ ୯ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ବାଉଁଶୁଣୀ ଛକ ଜଗନ୍ନାଥ ମନ୍ଦିର ନିକଟରେ ବିରାଜିତ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଉତ୍ସବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି । ବୁଧବାର ସକାଳେ ବ୍ରାହ୍ମଣମାନେ କଳସ ଧରି ମହାନଦୀର ବାଉଁଶୁଣୀ ଘାଟକୁ ଯାଇ ପାରମ୍ପରିକ ପୂଜାର୍ଚ୍ଚନା କରି ଜଳ ଧରି ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରାରେ ମନ୍ଦିର ନିକଟ ସ୍ନାନ ମଣ୍ଡପକୁ ଆସିଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଇ ସ୍ନାନ କରାଇଥିଲେ । 

ଆଜିର ସ୍ନାନ ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ସମସ୍ତ ପୂଜା ପୂଜକ ଗୋବର୍ଦ୍ଧନ ଦାଶ କରିଥିଲେ । ସେହିପରି କର୍ତ୍ତା ଭାବରେ ନେତ୍ରାନନ୍ଦ ମେହେର ଓ ତାଙ୍କ ପତ୍ନୀ ସବିତା ମେହେର ସ୍ନାନ ଉତ୍ସବରେ ଭୂମିକା ନିର୍ବାହ କରିଥିଲେ । ଏହି ସ୍ନାନ ଉତ୍ସବ ରେ ବାଉଁଶୁଣୀ ରାମଲୀଳା ନାଟ୍ୟ ସଂସଦ ସମସ୍ତ ସଦସ୍ୟଙ୍କ ସହ ଅଞ୍ଚଳର ବହୁ ଭକ୍ତ ମାନେ ସହଯୋଗ କରିଥିଲେ । ପ୍ରଭୁଙ୍କୁ ଦର୍ଶନ କରିବାକୁ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.