ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

Published By : Harapriya Sethi | June 4, 2025 9:12 AM

ଭୁବନେଶ୍ୱର, ୦୪/୦୬: ରାତିରେ ଦୋକାନ ବନ୍ଦ କରି ସୁନା ବ୍ୟାଗ୍‌ ନେଇ ଘରକୁ ଫେରିବା ବେଳେ ଲୁଟ୍‌ । ଘର ସମ୍ନାରୁ ଗୋଟିଏ ସୁନା ଗହଣା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ । ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡା ବାକୁଲି ଗୁଡା ସାହିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପ୍ରସାଦ ଜୁଏଲର୍ସର ମାଲିକ ପ୍ରସାଦ ସବୁ ଦିନ ପରି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ପଛପଟ ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ଘରକୁ ୨ଟି ବ୍ୟାଗ୍‌ରେ ପ୍ରାୟ ଏକ କେଜି ଓଜନରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଓ ଟଙ୍କା ନେଇ ଚାଲି ଚାଲି ଘରକୁ ଯାଉଥିଲେ । ଠିକ୍ ଏହି ସମୟରେ ପଛପଟୁ ଗୋଟିଏ ମୋଟର ସାଇକେଲରେ ୨ଜଣ ଦୁର୍ବୃତ୍ତ ଆସି ୨ ବ୍ୟାଗ୍‌କୁ ଝାମ୍ପି ନେବାକୁ ଉଦ୍ୟମ କରିଥିବାବେଳେ ଗୋଟିଏ ବ୍ୟାଗ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି । ତେବେ ଏହି ସମୟରେ ସେହି ସ୍ଥାନଟି ଜନ ଗହଳି ପୂର୍ଣ ଥିବା ବେଳେ କିଏ ଏହି ଚୋରି କଲା ତାହାକୁ ନେଇ ସନ୍ଧେହ ସୃଷ୍ଟି ହୋଇଛି ।

ଗତ ତିନିବର୍ଷ ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କ ଘରୁ ବାହାର ରାଜ୍ୟର ଏକ ଦମ୍ପତି ଆସି ସେମାନଙ୍କୁ ନିଶା ଯୁକ୍ତ ଲଡୁ ଦେଇ ସୁନା ଲୁଟି ନେଇଥିଲେ। ଧାର କରଜ କରି ବହୁ କଷ୍ଟରେ ପୁଣି ସୁନା ଦୋକାନ ଖୋଲିଥିଲେ ପ୍ରସାଦ । ହେଲେ ପୁଣି ତାଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଲୁଟ୍‌ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏସମ୍ପର୍କରେ ଖବର ପାଇ ମାଲକାନଗିରି ଏସଡିପିଓ, ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ପୋଲିସ ସଦଲବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାତିତମାମ ପୋଲିସ ସହରରେ ପାଟ୍ରୋଲିଂ କରିଥିବା ବେଳେ ଚୋର କିନ୍ତୁ ବର୍ତ୍ତମାନ ସୁଦ୍ଧା ଧରା ପଡିନାହିଁ । ଏହି ଲୁଟେରା ଗ୍ୟାଙ୍ଗ ଅନ୍ୟ ଜିଲ୍ଲାର ହୋଇଥାଇପାରନ୍ତି । ସିସିଟିଭି କ୍ୟାମେରା ଯାଞ୍ଜ ଚାଲିଛି, ଖୁବ୍ ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.