ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

Published By : Anindita Ratha | June 4, 2025 11:04 AM

ମାଲକାନଗିରି,୦୪/୦୬:ମାଲକାନଗିରି ଜିଲ୍ଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଟିପର ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ଜଣକ ଏମଭି ୨୨ ଗ୍ରାମର  କ୍ରିଷ୍ଣାପଦ ସରକାର ବୋଲି ଜଣାପଡ଼ିଛି। ସେ ଠିକାଦାର କାମ କରୁଥିଲେ । 

ସୂଚନା ମୁତାବକ, କ୍ରିଷ୍ଣାପଦ ବର୍ତ୍ତମାନ ଜିଲ୍ଲା ହସ୍ପିଟଲ ନିକଟ କଲୋନୀରେ ରହୁଥିବା ବେଳେ ଆଜି ସକାଳେ ଘରୁ ବଜାରକୁ ପରିବା ପାଇଁ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ କାଲିମେଳା ଆଡୁ ଦୃତଗତିରେ ଆସୁଥିବା ଥିବା ଏକ ଟିପର ଗାଡି ତାଙ୍କୁ ଧକ୍କା ଦେଇଥିଲା। ସେ ଛିଟିକି ଯାଇ ଚକ ତଳେ ପଡିଯାଇଥିବା ବେଳେ  ଚକ ତାଙ୍କ ଛାତି ଉପରେ ଚଡି ଯାଇଥିଲା। ଏନେଇ ସଙ୍ଗେ ସଙ୍ଗେ ତାଙ୍କୁ  ଲୋକେ ହସ୍ପିଟାଲକୁ ନେଇ ଯାଇଥିଲେ,ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠା ଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଟିପର ଜବତ କରି ଡ୍ରାଇଭରକୁ ଗିରଫ କରିଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି, ହସ୍ପିଟାଲକୁ ଲାଗି ଦୁଇ ପାର୍ଶ୍ଵରେ କଲୋନୀ, ଆର ଏମ ସି କାର୍ଯ୍ୟଳୟ ଥିଲେ ମଧ୍ୟ ଟ୍ରାଫିକ  ପୋଷ୍ଟ ଟିଏ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ତେଣୁ ହସ୍ପିଟାଲ ଛକ ରେ ଟ୍ରାଫିକ ପୋଷ୍ଟ ଟିଏ କରିବା ନେଇ ସର୍ବସାଦରଣରେ ଦାବି ହେଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.