ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ତଳ ଦଣ୍ଡିକିଆରେ ୧୫ ଦିନ ହେବ ନେଟୱାର୍କ ସେବା ଅଚଳ; ତୁରନ୍ତ ମରାମତି ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

Published By : Bijay Swain | June 17, 2025 8:10 PM

ଫିରିଙ୍ଗିଆ, ୧୭/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ପଞ୍ଚାୟତ ମୁଖ୍ୟାଳୟରେ ଥିବା ବିଏସଏନଏଲ ନେଟୱାର୍କ ସେବା ଗତ ୧୫ ଦିନ ହେବ ଅଚଳ ହୋଇ ପଡିଛି l ତଳଦାଣ୍ଡିକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରଧାନ ବାରମ୍ବାର ନେଟୱାର୍କ ସେବା ଯୋଗାଇବାକୁ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କେହି ଗୁରୁତ୍ୱ ଦେଇନଥିବାରୁ ଅସନ୍ତୋଷ ଦେଖା ଦେଇଛି l 

ବିଏସଏନଏଲ ସେବା ବ୍ୟାହତ ହୋଇଥିବାରୁ ନେଟ ସେବା ଦୂରର କଥା ଅଞ୍ଚଳର ଜନସାଧାରଣ ସାଧାରଣ ଭାବରେ ଫୋନ କଲ ସେବାରୁ ବଞ୍ଚିତ ରହିଛନ୍ତି ଯାହାଦ୍ୱାରା ଗର୍ଭବତୀ ହେଉ କି ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ ବଡ଼ ସମସ୍ୟା ପାଲଟିଛି l ପଞ୍ଚାୟତ କାର୍ଯ୍ୟାଳୟ ସହ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଭଳି ବିଭିନ୍ନ ସରକାରୀ ଅନୁଷ୍ଠାନ ରହିଛି କିନ୍ତୁ କୌଣସି ନେଟ ସେବା ନଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l 

ଅନ୍ୟପଟେ ତୁରନ୍ତ ଖରାପ ହୋଇଥିବା ବିଏସଏନଏଲ ସେବାକୁ ମରାମତି କରି ଅଞ୍ଚଳରେ ସେବା ଯୋଗାଇ ନ ଦେଲେ ଆଗାମୀ ୨ ଦିନ ମଧ୍ୟରେ ଅଞ୍ଚଳ ବାସୀଙ୍କ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବୀ ଉପସ୍ଥାପନା କରିବେ ବୋଲି ତଳ ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନଙ୍କ ସହ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.