ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅଜାଣତରେ ୧୪ ଲକ୍ଷ ହଡପ କଲେ ଏସଏଚଜି ସଭାପତି ଓ ସମ୍ପାଦିକା, ପ୍ରଶାସନର ଦ୍ୱାରସ୍ଥ ହେଲେ ସଦସ୍ୟା

Published By : Harapriya Sethi | June 12, 2025 3:04 PM

କୋକସରା,୧୨/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ସାନ ପୋଡ଼ାଗୁଡା କଲ୍ୟାଣି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ଗୋଷ୍ଠିର ଅନ୍ୟ ସଦସ୍ୟାଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଅଜାଣତରେ ୧୪ ଲକ୍ଷ ୪୦ ହଜାର ଟଙ୍କା ବ୍ୟାଙ୍କରୁ ହଡପ କରିନେଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସାନ ପୋଡ଼ାଗୁଡା ଗ୍ରାମର କଲ୍ୟାଣି ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଗ୍ରାମରେ ମାଛ ଚାଷ ସହିତ ନେଗିଗୁଡାରେ ଥିବା ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ବିଭିନ୍ନ ପର୍ଯ୍ୟାୟରେ ଏହି ଗୋଷ୍ଠୀକୁ ରାଜ୍ୟ ସରକାର ତରଫରୁ ପ୍ରୋତ୍ସାହନ ରାଶି ସେମାନଙ୍କ ସଭାପତି ଓ ସମ୍ପାଦିକାଙ୍କ ନାମରେ ଥିବା କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାଖାତାରେ ଜମା ହୋଇଥିଲା।ତେବେ ଗୋଷ୍ଠୀର ସଭାପତି ମଧୁସ୍ମିତା ନିଆଳ ଓ ସମ୍ପାଦିକା ନମିତା ଗୋପାଳ ଗ୍ରୁପର ଅନ୍ୟ ସଦସ୍ୟାଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଅଜାଣତରେ ବିଭିନ୍ନ ପର୍ଯ୍ୟାୟରେ ବ୍ୟାଙ୍କ ଖାତାରୁ  ଜୁନ ୨୦୨୩ ରୁ ଜୁଲାଇ ୨୦୨୪ ମଧ୍ୟରେ ୧୪ ଲକ୍ଷ ୪୦ ହଜାର ଉଠାଇ ହଡପ କରିଥିବା ନେଇଥିଲେ । ଏନେଇ ଗୁରୁବାର କୋକସରା ବ୍ଲକ ପ୍ରଶାସନ ନିକଟରେ ଆସି ସ୍ୱୟଂ ସହାୟକ ଗୋଷ୍ଠୀର ପାରିଜାତ ନିଆଳ, ରଜନୀ ବନିଆ, ପ୍ରେମଶିଳା ନିଆଳ, ଅଷ୍ଟମୀ ହଂସ, ହେମବତୀ ନିଆଳ, ଶୋଭନୀ ନିଆଳ,ଦସମତି ନିଆଳ, ବାସନ୍ତୀ ନିଆଳ ପ୍ରମୁଖ ସଦସ୍ୟା ଅଭିଯୋଗ କରିଛନ୍ତି।ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଡ଼ିଓଙ୍କୁ ମଧ୍ୟ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । 

ତେବେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୁଣି ଆଜି ଅଭିଯୋଗ ନେଇ ଆସିଥିଲେ। ଏନେଇ କୋକସରା ବ୍ଲକ ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଞ୍ଜନ ବାରିକଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ହୋଇଛି । ତେବେ ୮ ଲକ୍ଷ ୭୦ ହଜାର ଟଙ୍କା ସଭାପତି ଓ ସମ୍ପାଦିକା ହେରଫେର କରିଥିବା ତଦନ୍ତରୁ ଜଣାପଡିଛି ।ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନୋଟିସ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ହୋଇଛି, ତଦନ୍ତ ଚାଲିଛି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.