ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବୋରିଙ୍ଗପଦରରେ ଚାଲିଛି ବେଆଇନ ମଦ ବିକ୍ରୀ , କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

Published By : Suraj Kumar | June 11, 2025 8:47 PM

କେସିଙ୍ଗା,୧୧।୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ଅଧିନସ୍ଥ ବୋରିଙ୍ଗପଦର ଓ୍ବାର୍ଡ‌‌‌ ନମ୍ବର ୮ ରେ ୮ ଟି ବେଆଇନ ମଦକୋଠୀ ଚାଲୁଥିବା ଅଭିଯୋଗ ହେଉଛି । ବେଆଇନ ମଦକୋଠୀ   ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମଦକୋଠୀ ନଖୋଲିବା ଉପରେ ବିହିତ ପଦକ୍ଷେପ ନେବାକୁ ପ୍ରଶାସନ ଠାରେ ନିବେଦନ କରିଛନ୍ତି ଓ୍ବାର୍ଡ ନମ୍ବର ୮ ଏବଂ ୭ ଅଞ୍ଚଳର ବୋରିଙ୍ଗପଦରବାସୀ । 

ଦୁଇଗୋଟି ଓ୍ବାର୍ଡ ଅଞ୍ଚଳରେ ଥିବା ଅନେକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି ଓ ସଂପାଦିକାଙ୍କ ସମେତ କାଉନସିଲର ଏବଂ ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଓ ବୋରିଙ୍ଗପଦର ଗ୍ରାମବାସୀ ଙ୍କ ଦସ୍ତଖତ ରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଭବାନୀପାଟଣା ଉପ ଜିଲ୍ଲାପାଳ, ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ତତ୍ ସହିତ ଓ୍ବାର୍ଡ ନମ୍ବର ୮ ର କାଉନସିଲର ତଥା ଏନ୍ଏସି ଉପାଧ୍ୟକ୍ଷା ସରସ୍ଵତୀ ସାହା, କାଉନସିଲର ପ୍ରକାଶ ବନଛୋର, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ଙ୍କ ସମେତ ଚମ୍ପକ ସାହା, ସୁଶାନ୍ତ ସାହା,ଶୋଭାବନ ସାହା,ବିଶ୍ବାସୀ ନାଏକ,ଗୋବର ଶିଖା, ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ କେସିଙ୍ଗା ଏନ୍ଏସି କାର୍ଯ୍ୟାଳୟ ଓ   ଥାନାକୁ ଯାଇ ମଦକୋଠୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । 

ବୋରିଙ୍ଗପଦର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଓ୍ବାର୍ଡ ନମ୍ବର ୮ ରେ ବେନିୟମ ଭାବରେ ୮ ଗୋଟି ମଦକୋଠୀ ଖୋଲି ଅପର୍ଯ୍ୟାପ୍ତ ପରିମାଣରେ ଦିନ ରାତି ଦେଶୀ ମଦ ବିକ୍ରି କରାଯାଉଛି । ଯାହାଫଳରେ ଦିନକୁ ଦିନ ବୋରିଙ୍ଗପଦର ଗ୍ରାମରେ ମଦ୍ୟପ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ପରିବାରର ଲୋକେ ସର୍ବସ୍ବାନ୍ତ ହେଉଛନ୍ତି । ମଦ୍ୟପ ମାନଙ୍କ ଯୋଗୁଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହିତ ସାଧାରଣଲୋକଙ୍କ ପାଇଁ ରାସ୍ତାରେ ଯିବା ଆସିବା ସମ୍ଭବ ହେଉନାହିଁ । ମଦକୋଠୀ ଗୁଡ଼ିକ ଗ୍ରାମର ଜନବସତି ଅଞ୍ଚଳରେ ଚାଲୁଅଛି ଏବଂ ରାସ୍ତାର ଦୁଇ କଡ଼ରେ ମଦ୍ୟପମାନେ ଦିନ ରାତି ବସି ରହୁଛନ୍ତି ଯାହାକି ଗ୍ରାମବାସୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାରୀ ଡାକ୍ତରଖାନା, ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର,ଟ୍ରକ ୟୁନିୟନ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭାରତୀୟ ଖାଦ୍ୟ ନିଗମ ସଂସ୍ଥାର ଗୋଦାମ ସାଙ୍ଗକୁ ଧାର୍ମିକ ଅନୁଷ୍ଠାନ ଗୋଶାଳା ଓ ଅନ୍ୟାନ୍ୟ ମନ୍ଦିର ମାନଙ୍କ ନିକଟରେ ମଦକୋଠୀ ଗୁଡ଼ିକ ଖୋଲାଯାଇଛି । ବୋରିଙ୍ଗପଦର ଗ୍ରାମର କେତେକ ଅସାମାଜିକ ବ୍ୟକ୍ତି ବେନିୟମ ମଦକୋଠୀ ଖୋଲି ଗ୍ରାମର ଶାନ୍ତି ପରିବେଶକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ସେହିପରି ଗ୍ରାମର ମୁଖ୍ୟ ରାସ୍ତା କଡରେ ମଦକୋଠୀ ଗୁଡ଼ିକ ଥିବାରୁ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀ ସୁରକ୍ଷିତ ମଣୁନଥିବା ମଧ୍ୟ ଅଭିଯୋଗ ହେଉଛି । ତେଣୁ ଏହାକୁ ତୀବ୍ର ବିରୋଧ କରି ବୋରିଙ୍ଗପଦର ଗ୍ରାମବାସୀ ମିଳିତ ଭାବେ ଏକ ବୈଠକ କରି ମଦକୋଠୀ ଗୁଡ଼ିକ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରି ମଦଭାଟି କୁ ଯାଇ କୋଠୀ ମାନଙ୍କୁ ମଦ ନଦେବା ପାଇଁ ଚେତାବନୀ ଦେଇଛନ୍ତି । ନଚେତ୍ ବୋରିଙ୍ଗପଦର ଗ୍ରାମବାସୀ ଙ୍କ ପକ୍ଷରୁ ମଦକୋଠୀ ବିରୁଦ୍ଧରେ ଆନ୍ଦୋଳନ କରାଯାଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସୂଚନା ଦିଆଯାଇଛି ଏବଂ ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.