ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କେରଳରୁ ଫେରିଲେ ଦାଦନ ଯାଇଥିବା ଛାତ୍ର ସୁରଜ

Published By : Harapriya Sethi | June 12, 2025 7:24 AM

ଭବାନୀପାଟଣା/ଲାଞ୍ଜିଗଡ,୧୨/୦୬: ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ଼ ପାଇ ସମଗ୍ର ବ୍ଳକକୁ ଗୌରବାନ୍ୱିତ କରିଥିବା ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନବାଡି ଗାଁ ତଥା ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ର ସୁରଜ ନାଗ ଦାଦନ ଯାଇଛନ୍ତି । ପରିବାର ଆର୍ଥିକ ସମସ୍ୟା ଥିବାରୁ କଲେଜରେ ନାମ ଲେଖାଇବା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ପରିବାର ଲୋକେ ସ୍ଵୀକାର କରିଥିଲେ। ଏହି ଖବର "ପ୍ରମେୟ" ରେ ଗତ ୮ତାରିଖ ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା ହୋଇଥିଲା। ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେସନ ପକ୍ଷରୁ ବାପା ଧନିଆ ନାଗ ସହ ଯୋଗାଯୋଗ କରି ପୁଅକୁ କେରଳରୁ ଡାକିବାକୁ କୁହାଯାଇଥିଲା। ପୁଅ ସୋମବାର ଘରକୁ ଆସିଲା ପରେ ଆଜି ଅଲ୍ ଓଡ଼ିଶା ସିଡ୍ୟୁଲ କାଷ୍ଟ ଫେଡରେସନର ଏକ ଟିମ ସଭାପତି ଧନଞ୍ଜୟ ଦୀପ୍ , କାର୍ଯ୍ୟକାରୀ ସଭାପତି  ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, କେସିଙ୍ଗା ସଭାପତି ବିଷ୍ଣୁ ମଙ୍ଗରାଜ ଟିମନବାଡ଼ି ଗାଁକୁ ଯାଇ ସୁରଜଙ୍କ ସମ୍ପୂର୍ଣ୍ଣ ପାଠ ପଢ଼ାର ଖର୍ଚ୍ଚ ବୁଝିବା ନିଷ୍ପତ୍ତି ନେଇଛନ୍ତି ।

ପ୍ରାକାଶ ଯୋଗ୍ୟ, ଗତ ମାସ ପ୍ରକାଶିତ ଦଶମ ପରୀକ୍ଷା ଫଳାଫଳରେ ୪୯୮ ମାର୍କ ଏ-୨ ଗ୍ରେଡ଼ ପାଇଥିଲେ। ପରୀକ୍ଷାରେ ସଫଳତାକୁ ନେଇ ପରିବାର ଓ ଗାଁ ଲାକେ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ବେଶ ଖୁସି ହୋଇଥିଲେ। ଏପରିକି ସୁରଜଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବନ୍ଧନା ପାଇଁ ମଧ୍ୟ ଡକାଯାଇଥିଲା । ହେଲେ ସମ୍ବର୍ଦ୍ଧନା ସଭାରେ ସୁରଜ ଉପସ୍ଥିତ ହୋଇପାରିନଥିଲେ। ଖବର ନେବାରୁ ଜଣାପଡ଼ିଥିଲା ଯେ, ସୁରଜ ୩ମାସ ହେଲା କେରଳରେ ଦାଦନ ଖଟିବାକୁ ଯାଇଛନ୍ତି । ପରିବାରର ଆର୍ଥିକ ସମସ୍ୟା ତାଙ୍କୁ ଦାଦନ ଖଟିବାକୁ ବାଧ୍ୟ କରିଥିଲା । କେରଳ ରାଜ୍ୟ ଆଲୁଭା ନିକଟସ୍ଥ ଏକ ପଥର କ୍ରସରରେ ସେ ଦିନ ମଜୁରିଆ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.