ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ତାଳସାରୀରେ ହେବ ବାୟୁ ସେନା ବିଭାଗର କ୍ଷେପଣାସ୍ତ୍ର ଘାଟି; ୭ କୋଟି ବ୍ୟୟରେ ମାଟି ତଳେ ଚାଲିଛି ବିଜୁଳି ଯୋଗାଣ ବ୍ୟବସ୍ଥା

Published By : Bijay Swain | June 10, 2025 7:12 PM

ଚନ୍ଦନେଶ୍ଵର,୧୦/୬ (ଆ.ପ୍ର): ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପରେ ତାଳସାରୀ ବେଳାଭୂମି ନିକଟରେ ହେବ ବାୟୁ ସେନା ବିଭାଗର କ୍ଷେପଣାସ୍ତ୍ର ଘାଟି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବାୟୁସେନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ୭ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁର ବିଦ୍ୟୁତ ବିଭାଗର ଷ୍ଟ୍ରକଚର ପାଖରୁ ତାଳସାରୀ ପର୍ଯ୍ୟନ୍ତ ମାଟିତଳେ ବିଦ୍ୟୁତ ତାର ବିଛାକାର୍ଯ୍ୟ ଆରମ୍ଭ ହୋଇ ଯାଇଛି । 

ଖାଲି ସେତିକି ନୁହେଁ, ଜଗନ୍ନାଥପୁର ଷ୍ଟ୍ରକଚରରୁ ପ୍ରସିଦ୍ଧ ଚନ୍ଦନେଶ୍ଵର ଶୈବପୀଠ ପର୍ଯ୍ୟନ୍ତ ମଧ୍ୟ ମାଟିତଳେ ଅଲଗା କେବୁଲତାର ବିଛାଯିବ । ସେଠାରୁ ତାଳସାରୀ ପାନ୍ଥ ନିବାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର କେବୁଲରେ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାୱାର ପକ୍ଷରୁ ୨କୋଟି ୨୦ଲକ୍ଷ ବ୍ୟୟ ହେବ । ଏହାଛଡା କାନ୍ଧିଭଉଁରୀରେ ଓପିଟିସିଏଲ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ସ୍ପ୍ରେ କଚର କାର୍ଯ୍ୟ ଚାଲୁ ରହିଥ‌ିବା କଥା ଚନ୍ଦନେଶ୍ଵର ସେକ୍ସନର ପରିଚାଳକ ଦୀପ୍ତିକାନ୍ତ ନାୟକ ସୂଚନା ଦେଇଛନ୍ତି ।

ବିବରଣୀରୁ ପ୍ରକାଶ, ପ୍ରାୟ ୩୦ବର୍ଷ ପୂର୍ବରୁ ତାଳସାରୀ ବେଳାଭୂମି ନିକଟରେ ବାୟୁ ସେନା ବିଭାଗ ପକ୍ଷରୁ ରକେଟ ପରୀକ୍ଷା କରା ଯାଇଥିଲା । ସେଠାରେ ବାୟୁ ସେନା ବିଭାଗର ୧୦ ଏକରରୁ ଉର୍ଦ୍ଧ ଜାଗା ମଧ୍ୟ ରହିଛି । ଏଠାରେ କ୍ଷେପଣାସ୍ତ୍ର ଘାଟି ହେବା କଥା ଲୋକଙ୍କ ମନରୁ ଲିଭି ଯାଇଥିବା ବେଳେ ଏବେ ପୁଣି ସରକାର ପଦକ୍ଷେପ ନେଉଥିବା ଶୁଣିବାକୁ ମିଳିଛି । କାରଣ ବାୟୁସେବା ବିଭାଗର ସ୍ଵତନ୍ତ୍ର ଖର୍ଚ୍ଚରେ ବହୁ ଅର୍ଥ ବ୍ୟୟକରି ବିଦ୍ୟୁତ ନେବା ଲୋକଙ୍କ ଆଶଙ୍କାକୁ ବଢାଇ ଦେଇଛି । ଜଗନ୍ନାଥପୁର ଷ୍ଟ୍ରକଚରରୁ ବାଡସରିଷା, ବରବରିଆ ହେଇ ତାଳସାରୀରେ ବିଦ୍ୟୁତ ପହଞ୍ଜିବ । ଏଥିପାଇଁ ମାଟିତଳେ କେବୁଲ ତାର ବିଛା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି । 

ସେହିଭଳି ଜଗନ୍ନାଥପୁର ଷ୍ଟ୍ରକଚରରୁ ଆଉ ଏକ ମାଟିତଳ କେବୁଲ ଚନ୍ଦନେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ଏହାହେଲେ ଏହି ସବୁ ସ୍ଥାନରେ ଆଉ ବିଜୁଳି କାଟ ସମସ୍ୟା ରହିବ ନାହିଁ । ଭୋଗରାଇରେ ପ୍ରଥମ କରି ମାଟିତଳେ କେବୁଲ ବିଛା କାର୍ଯ୍ୟ ଏଠାରେ ଆରମ୍ଭ ହୋଇଛି । ଅପରପକ୍ଷରେ କାନ୍ତିଭଉଁରୀ ଡାକବଙ୍ଗଳା ଠାରେ ଓପିସିଏଲ ପକ୍ଷରୁ ଏକ ଷ୍ଟ୍ରକଚର କାର୍ଯ୍ୟ ହେଉଛି । ସେଠାରେ ୪ଟି ୧୧ କେଭିର ଫିଡର ହୋଇ ନାରାୟଣ ମହାରି ପଡିଆ, କାନ୍ଥିଭଉଁରୀ, ଟୁକୁରୀହାଙ୍ଗିରା, ଶ୍ରଦ୍ଧାପୁର ଆଦି ପଂଚୟତକୁ ବିଦ୍ୟୁତ ଯୋଗାଣ ହେବ ଯାହା ଫଳରେ ଲୋକଙ୍କ ସମସ୍ୟାରେ ସୁଧାର ଆସିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.