ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ସମାପନ, ଗଜାନନ ବେଶରେ ଦର୍ଶନ ଦେବେ ମହାବାହୁ

Published By : Harapriya Sethi | June 11, 2025 12:44 PM

ନୀଳଗିରି,୧୧/୦୬: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତିରେ ସମାପନ ହୋଇଛି । ବୁଧବାର ସକାଳେ ଦ୍ୱାରଫିଟା ନୀତି ସରିବା ପରେ ସେନାପଟା ନୀତିପୂଜା, ମଙ୍ଗଳାର୍ପଣ, ରାଜନୀତି ବନ୍ଦାପନା ନୀତି ସମାପନା ହୋଇଥିଲା।ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ ସୁପୁତ୍ର ଜନ୍ମଞ୍ଜୟ ହରିଚନ୍ଦନ ରାଜପ୍ରାସାଦରୁ ଆସି ପୂଜାର୍ଚ୍ଚନା କରି ତିନିଠାକୁରଙ୍କୁ ବନ୍ଦାପନା କରିଥିଲେ । ଏହାପରେ ଛେରାପହଁରା କରି ଚତୁର୍ଦ୍ଧାମୂର୍ତିଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ। ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ତାପରେ ଭଉଣୀ ସୁଭଦ୍ରା ସ୍ନାନମଣ୍ଡପକୁ ଯାଇଥିଲେ । ଏହାପରେ ମହାପ୍ରଭୁ ବିଜେ କରିଥିଲେ।ମଙ୍ଗଳ ଆଳତି, ଅବକାସ ସୂର୍ଯ୍ୟପୂଜା, ରୋଷହୋମ ପରେ ୧୦୮ ସୁବାସିତ ଜଳ ସ୍ନାନମଣ୍ଡପକୁ ନିଆଯାଇଥିଲା।

ଏଥିରେ ଶାଳପର୍ଣ୍ଣି,ନାଗପର୍ଣ୍ଣି,ମଂଚିଷ୍ଟା, ଅଶ୍ଵଗନ୍ଧା,ତ୍ରିଫଳା,ଗରଚନା,କସ୍ତୁରୀ,ଜଟାମାସି,ଜାଇଫଳ,ହରିତାଳ,ଶ୍ରୀକର୍ପୁର,ଅଗୁର,ଚନ୍ଦନ ମିଶ୍ରିତ ଜଳ ମହାପ୍ରଭୁଙ୍କୁ ୩୫କଳସ,ବଳଭଦ୍ରଙ୍କୁ ୩୩ କଳସ, ସୁଭଦ୍ରାଙ୍କୁ ୨୨ କଳସ ଏବଂ ସୁଦର୍ଶନଙ୍କୁ ୧୮ କଳସ ସୁବାସିତ ଜଳରେ ସ୍ନାନ କରାଯାଇଥିଲା।ହଜାର ହଜାର ଭକ୍ତ ଏହି ମହାସ୍ନାନ ଜଳ ପାଇବା ପାଇଁ ଉତ୍କଣ୍ଠାର ସହ ଅନାଇ ରହିଥିଲେ । ବିଶ୍ୱାସ ରହିଛି ଯେ, ଏହି ସ୍ନାନଜଳ ସେବନ କଲେ ଶରୀର ସୁସ୍ଥ ରୁହେ।ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ ପରେ ସକାଳଧୂପ ପୂଜା ସମାପନ ହେବ। ଏହାପରେ ତିନିଠାକୁର ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ କରିବେ। ସନ୍ଧ୍ୟାରେ ସନ୍ଧ୍ୟା ଆଳତି,ଦକ୍ଷିଣ ଆଳତି ପରେ ଅଣସର ଘରକୁ ରାତ୍ରରେ ତିନିଠାକୁର ଗୋଟି ପହଣ୍ଡିରେ ବିଜେ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.