ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଧାର୍ଯ୍ୟ ଦର ଠାରୁ ଗାଡ଼ି ପାର୍କିଂ ଫି ଅଧିକ ଆଦାୟ ଅଭିଯୋଗ, ନିଲାମ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

Published By : Suraj Kumar | June 9, 2025 8:43 PM

ଚନ୍ଦନେଶ୍ଵର, ୯/୬( ଆ.ପ୍ର) : ପ୍ରସିଦ୍ଧ ଚନ୍ଦନେଶ୍ଵର ମନ୍ଦିରର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଗାଡି ପାର୍କିଂ ଫିରୁ ଅଧିକ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରବୀନ୍ଦ୍ର ନାଥ ଜେନା ଅଭିଯୋଗ ଆଣିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି । ତୁରନ୍ତ ନିଲାମ ରଦ୍ଦ କରିବାକୁ ସେ ଦାବୀ କରିଛନ୍ତି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଚନ୍ଦନେଶ୍ଵର ମନ୍ଦିରର କେତେକ ଆୟ ଉତ୍ସ ସର୍ବ ‌‌ସାଧାରଣରେ ନିଲାମ ହୋଇଥିଲା । ତେବେ ଗାଡ଼ି ପାର୍କିଂ ଓ ଦୈନିକ ବଜାର ନିଲାମ କରାଯାଇଥିଲା।ସରକାରଙ୍କ ଧାର୍ଯ୍ୟ ଛୋଟ ୪ ଚକିଆ ଯାନରୁ ୧୦ଟଙ୍କା,ବଡ ୪ଚକିଆ ୨୦ଟଙ୍କା ଓ ୬ଚକିଆ ଯାନରୁ ୫୦ଟଙ୍କା ପାର୍କିଂ ଆଦାୟ କରିବାର ନିୟମ ରହିଛି । ମାତ୍ର ନିଲାମ ଧାରୀ ମାନେ ମନଇଚ୍ଛା ୫୦,୧୦୦ ଓ ୨୦୦ଟଙ୍କା ଗାଡି ମାନଙ୍କରୁ ପାର୍କିଂ ଆଦାୟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ସରକାରଙ୍କ ନୀତି ନିୟମକୁ ଉଲ୍ଲଙ୍ଘନ କରି ଏଭଳି ବେଆଇନ ଭାବେ ପାର୍କିଂ ଆଦାୟକୁ ସେ ସହ୍ୟ ନକରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ ଉଠାଇ ଛନ୍ତି । ଏଥିରେ ରବୀନ୍ଦ୍ର ନାଥ ପାତ୍ର, ଗୌରହରି ଜେନା, ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଏନେଇ ଦାବୀପତ୍ର ପ୍ରଦାନ ପରେ ତୁରନ୍ତ ପାର୍କିଂ ଆଦାୟର ନିୟମ ଓ ମୂଲ୍ୟ ଲେଖି ବୋର୍ଡ ଲଗାଇବାକୁ ତହସିଲଦାର ସୂର୍ଯ୍ୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.